ଭୂଲ୍ ଇଞ୍ଜେକସନ୍ରେ ଚାଲିଗଲା ଯୁବକର ଜୀବନ
ପାରାଦୀପ,(ପୀତବାସ ପ୍ରଧାନ): ଭୂଲ୍ ଇଞ୍ଜେକସନ୍ ଦିଆଯିବାରୁ ଜଣେ ଯୁବକର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି । ମୃତ ଯୁବକ ଜଣକ ହେଲେ ପାରାଦୀପଗଡ ଅଂଚଳର ରବିନ୍ଦ୍ର ସାହୁ । ରବିନ୍ଦ୍ରଙ୍କ ପତ୍ନୀ ରିନା ସାହୁ ଗଣମାଧ୍ୟମରେ ସାମ୍ମାରେ କରିଥିବା ଅଭିଯୋଗ ଅନୁଯାୟୀ ଗତ କିଛି ଦିନ ତଳେ ରବିନ୍ଦ୍ରଙ୍କର ଶରୀର ଅସୁସ୍ଥ ହୋଇଥିଲା । ଗତ କାଲି ରବିନ୍ଦ୍ରଙ୍କୁ ଗଡ ବଜାରରେ ଥିବା ର୍କିଷ୍ଣା ନାମକ ମେଡିସିନ୍ ଷ୍ଟୋରକୁ ସେ ନେଇଥିଲେ । ଉକ୍ତ ମେଡିସିନ୍ ଷ୍ଟୋରରେ ରବିନ୍ଦ୍ରଙ୍କୁ ଇଞ୍ଜେକସନ୍ ଦିଆଯାଇଥିଲା । ଇଞ୍ଜେକସନ୍ ନେବାର କିଛି ସମୟ ପରେ ରବିନ୍ଦ୍ର ଗୁରୁତର ହୋଇ ଯାଇଥିଲେ । ପରେ ତାଙ୍କୁ ଅଠରବାଙ୍କୀ ମେଡିକାଲକୁ ନିଆ ଯାଇଥିଲେ ହେଁ ଡାକ୍ତର ସେଠାରେ ରବିନ୍ଦ୍ରଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ରିନା ପାରାଦୀପ ଲକ୍ ଥାନାରେ ଅଭିଯୋଗ ମଧ୍ୟ କରିଛନ୍ତି । ତାଙ୍କ ସ୍ୱାମୀଙ୍କୁ ଭୂଲ୍ ଇଞ୍ଜେକସନ୍ ଦିଆଯାଇଥିବା ସେ ସନ୍ଦେହ କରୁଛନ୍ତି ବୋଲି ରିନା ପୋଲିସ ଆଗରେ କହିଛନ୍ତି । ଏହାପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ଡାକ୍ତରଙ୍କ ବିନା ପରାମର୍ଶରେ ରବିନ୍ଦ୍ରଙ୍କୁ କିଏ ଓ କାହିଁକି ଇଞ୍ଜେକସନ୍ ଦେଲା, ପୋଲିସ ତାର ଖୋଳତାଡ ଆରମ୍ଭ କରିଥିବା ଜଣାପଡିଛି ।