ଭୂସ୍ଖଳନ ଅଞ୍ଚଳ ପରିଦର୍ଶନ କଲେ ବିଜେଡି ଜିଲ୍ଲା ସଭାପତି
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ ଅଞ୍ଚଳରେ ପ୍ରକୃତିର କରାଳ ତାଣ୍ଡବ ରଚି ବିଭିନ୍ନ ଗ୍ରାମ ନିକଟ ପାହାଡ଼ରୁ ମାଟି, ପଥର, ଗଛ ଡାଳ ଧସି ଭୂସ୍ଖଳନ ହୋଇଛି। ଅନେକଙ୍କ ଘର, ଆସବା ପତ୍ର ଏବଂ ଅନେକ ଜିନିଷ ପତ୍ର କ୍ଷୟ କ୍ଷତି ହେବାସହ ଚାଷ ଜମି ମାନଙ୍କରେ ଜଳମଗ୍ନ ହୋଇ ଫସଲ ସବୁ ନଷ୍ଟ ହୋଇ ଯାଇଛି । ଏହି ସମସ୍ତ ଗ୍ରାମ ମାନ ପରିଦର୍ଶନ କଲେ ବିଜେଡି ଜିଲ୍ଲା ସଭାପତି ପ୍ରଦୀପ ନାୟକ। ପ୍ରଥମେ ପରିମଳ ଗ୍ରାମ ପଞ୍ଚାୟତର ଭୂସ୍ଖଳନ ହୋଇଥିବା ନୂଆପଲ୍ଲୀ ଗ୍ରାମକୁ ଯାଇ ଗ୍ରାମରେ ହୋଇଥିବା କ୍ଷୟ କ୍ଷତି ସମସ୍ତ ସ୍ଥାନ ବୁଲି ବୁଲି ନିରୀକ୍ଷଣ କରିବା ସହ ଗ୍ରାମର ଲୋକ ମାନଙ୍କ ସେମାନଙ୍କ ସମସ୍ୟା ବିଷୟରେ ପଚାରି ବୁଝି ଥିଲେ । ଗ୍ରାମରେ ଯାହା ସବୁ କ୍ଷୟ କ୍ଷତି ହୋଇଛି ତରିତ ସମାଧାନ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ତତ୍ପରେ ବ୍ଲକର ବିଭିନ୍ନ ପଞ୍ଚାୟତର ଗ୍ରାମ ମାନଙ୍କରେ କ୍ଷୟ କ୍ଷତି ହୋଇଥିବା ସ୍ଥାନକୁ ଗସ୍ତକରି ସମସ୍ୟା ମାନ ଅନୁଧ୍ୟାନ କରିଥିଲେ । ତାଙ୍କରି ଗସ୍ତ ସମୟରେ ଜିଯେଡି ବରିଷ୍ଟ କର୍ମୀ ଅନ୍ତର୍ଯ୍ୟାମୀ ଗମାଙ୍ଗ, ରାୟଗଡ଼ ବ୍ଲକ ଅଧ୍ୟକ୍ଷା ପୂର୍ଣ୍ଣବାସି ନାୟକ, ନୂଆଗଡ଼ ବ୍ଲକ ଅଧକ୍ଷ୍ୟା ମାଳତୀ ପ୍ରଧାନ,ସ୍ତାନୀୟ ସରପଞ୍ଚ ଉମାଶଙ୍କର କାର୍ଜି ସମେତ ଜିଲ୍ଲା ଏବଂ ବ୍ଲକର ଶତାଧିକ ବିଜେଡି ବରିଷ୍ଟ କର୍ମୀ ମାନେ ଉପସ୍ଥିତ ଥିଲେ ।


