ଭୂ-ଜଳବାହୀ ସ୍ତରର ମାନଚିତ୍ର ଓ ପରିଚାଳନା ସମ୍ପର୍କୀୟ କାର୍ଯ୍ୟକ୍ରମ
ହାଟଡିହି, : ହାଟଡିହି ବ୍ଲକ ହାବଳଶ୍ୱର ଗ୍ରାମ ପଞ୍ଚାୟତରେ ଏକଦିବସୀୟ ଭୂ-ଜଳବାହୀ ସ୍ତରର ମାନଚିତ୍ର ଏବଂ ପରିଚାଳନା ସମ୍ବନ୍ଧିୟ ଜନବାର୍ତ୍ତାଳପ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରୀୟ ଭୂ-ଜଳ ବୋର୍ଡ ଜଳଶକ୍ତି ମନ୍ତ୍ରଣାଳୟ ଭାରତ ସରକାରଙ୍କ ଆନକୁଲ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କେନ୍ଦ୍ରୀୟ ଭୁ-ଜଳବୋର୍ଡର ବୈଜ୍ଞାନିକ ବିଭୁତି ଭୁଷଣ ସାହୁ, ରାଜୀବ ତ୍ରିପାଠୀ, ସୁଧାଶୁଂ କୁମାର ମହାନ୍ତି ପ୍ରମୁଖ ସାଧନକର୍ମୀ ଭାବେ ଯୋଗଦେଇ ଭୂ-ଜଳର ଅବସ୍ଥିତି ଏବଂ ପରିଚାଳନା ସମ୍ପର୍କରେ ଆଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସରପଞ୍ଚ ଅନୁସୂୟା ବେହେରା, ପ୍ରସନ୍ନ କୁମାର ମହାନ୍ତି, ସମିତିସଭ୍ୟା ତୃପ୍ତୀମୟୀ ନାୟକ, ପ୍ରଧାନ ଶିକ୍ଷକ ଦୀନବନ୍ଧୁ ପଢ଼ିଆରୀ ପ୍ରମୁଖ ଯୋଗଦେଇ ଜଳର ଗୁରୁତ୍ୱ ଉପରେ ଆଲୋଚନା କରିଥିଲେ । ଏହି ସଭାରେ କାମଦେବ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିବାବେଳେ ଆଲୋକ କୁମାର ମହାନ୍ତି, ସୁବାସ ଚନ୍ଦ୍ର ସାହୁ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।


