ଭୃଗୁଙ୍କ ମାରଥନ ପ୍ରଚାର
ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି , ରାଜନୈତିକ ଦଳମାନଙ୍କ ମଧ୍ୟରେ ନିର୍ବାଚନୀ ପ୍ରଚାର ମଧ୍ୟ ସେତେକି ଜୋର ଧରିବାରେ ଲାଗିଛି । ସେହି କ୍ରମରେ ଆଜି ନିର୍ବାଚନୀ ପ୍ରଚାର କରବାକୁ ମଇଦାନକୁ ଓହ୍ଲାଇଛନ୍ତି ବ୍ରହ୍ମପୁର ଲୋକସଭା ସାସଂଦ ବିଜେପି ପାର୍ଥୀ ଭୃଗୁ ବକ୍ସି ପାତ୍ର , ଦିଗପହଣ୍ଡି ର ବିଧାୟକ ପ୍ରଥୀନି ପିଙ୍କି ପ୍ରଧାନ । ସେମାନଙ୍କ ସହ ବିଜେପିର କର୍ମୀ ମାନେ ଭିିଷ୍ମଗିରି ଜ୍ପ୍, ସଦର ଟିକରପଡା, ନିମଖଣ୍ଡି ପେଣ୍ଠ ,ଖମାରୀ ଗାଁ , ଉଜଳେଶ୍ୱର , କଇଠଖଣ୍ଡି ଇତ୍ୟାଦି ଗାଁରେ ବୁଲି ରାଜ୍ୟ ସରକାରଙ୍କ ଅପାର ଶାସନ ବିରୁଦ୍ଧରେ ନାରା ଦେବା ସହ ମୋଦୀଙ୍କ ଜନ କଲ୍ୟାଣ ଯୋଜନା ସଂପର୍କରେ ସାଧାରଣ ଲୋକଙ୍କୁ ବୁଝାଇଛନ୍ତି । ମୋଦୀଙ୍କ ହାତ ମୁଠାକୁ ଟାଣ କରିବା ପାଇଁ କର୍ମୀ ମାନଙ୍କ ମଧ୍ୟରେ ଜୋସ ଭରିଥିଲେ ।


