ଭେଙ୍କଟେଶ୍ୱର ଇଂରାଜୀ ମାଧ୍ୟମ ବିଦ୍ୟାଳୟର ବାର୍ଷିକ ଉତ୍ସବ ‘ଭେମ୍‌ସ ଫେଷ୍ଟିଭସ୍କେପ୍‌’ ଅନୁଷ୍ଠିତ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଭେଙ୍କଟେଶ୍ୱର ଇଂରାଜୀ ମାଧ୍ୟମ ବିଦ୍ୟାଳୟ, ୟୁନିଟ୍‌-୪ର ବାର୍ଷିକ ଉତ୍ସବ ‘ଭେମ୍‌ସ ଫେଷ୍ଟିଭସ୍କେପ୍‌’ ରୀବନ୍ଦ୍ର ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ପରିଚାଳନା ପରିଷଦର ଉପସଭାପତି ଶଶାଙ୍କ ଶେଖର ପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ସ୍ୱାଗତ ଭାଷଣ ପ୍ରଦାନ କରିବା ସହିତ ବାର୍ଷିକ ବିବରଣୀ ପାଠ କରିଥିଲେ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ବସନ୍ତ କୁମାର ତ୍ରିପାଠୀ । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱର ମଧ୍ୟ ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା ଯୋଗଦେଇ କହିଲେ ଯେ, ଭେଙ୍କଟେଶ୍ୱର ଇଂରାଜୀ ମାଧ୍ୟମ ବିଦ୍ୟାଳୟ ନୂତନ ଶିକ୍ଷାଦାନ ପ୍ରଦାନ କରି ଓଡ଼ିଶାରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିପାରିଛି । ଖୋର୍ଦ୍ଧାର ପୂର୍ବତନ ବିଧାୟକ ଡକ୍ଟର ଦିଲ୍ଲୀପ ଶ୍ରୀଚନ୍ଦନ ମୁଖ୍ୟ ବକ୍ତା ଭାବେ ଯୋଗଦେଇ କହିଲେ ଯେ, ଏହି ବିଦ୍ୟାଳୟରୁ ଉତ୍ତମ ଶିକ୍ଷାଦାନ କରି ବହୁ ଛାତ୍ରଛାତ୍ରୀ ଦେଶ ବିଦେଶରେ ପ୍ରତିଷ୍ଠା ଲାଭ କରିପାରଛନ୍ତି । ସମ୍ମାନିତ ଅତିଥି ଭାବେ ଶ୍ରୀଯୁକ୍ତ ଜ୍ୟୋତି ରଞ୍ଜନ ମିଶ୍ର ନିଜ ବକ୍ତବ୍ୟରେ ବିଦ୍ୟାଳୟ ଶିକ୍ଷାଦାନ ପଦ୍ଧତିର ଉଚ୍ଚ ପ୍ରଶଂସା କରିଥିଲେ । ଏଥିରେ ବିଦ୍ୟାଳୟର ପୁରାତନ ଛାତ୍ରୀ ତଥା ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତ୍ରୀ ସୁଶ୍ରୀ ଶୀତଲ ପାତ୍ର ସମ୍ମାନିତ ଅତିଥି ରୂପେ ଯୋଗଦେଇ କହିଲେ ଯେ, ଏହି ବିଦ୍ୟାଳୟରୁ ଶିକ୍ଷାଲାଭ କରି ମୁଁ ଆଜି ନିଜକୁ ନୃତ୍ୟ ଓ ଅଭିନୟ ଜଗତରେ କୃତିିତ୍ୱ ଅର୍ଜନ କରିପାରିଛି ଏବଂ ଡାକ୍ତରୀ ଶିକ୍ଷା ଗ୍ରହଣ କରିବାକୁ ସମର୍ଥ ହୋଇପାରିଛି ।ବିଦ୍ୟାଳୟ ପରିଚାଳନା ପରିଷଦର ଅଧ୍ୟକ୍ଷ ଶ୍ରୀଯୁକ୍ତ ସୂର୍ଯ୍ୟପ୍ରକାଶ ପତି ନିଜ ବକ୍ତବ୍ୟରେ କହିଲେ ଯେ, ଆମ ବିଦ୍ୟାଳୟର ପ୍ରତ୍ୟେକ ଶିକ୍ଷକ-କର୍ମଚାରୀମାନଙ୍କର ସମ୍ମିଳିତ ଉଦ୍ୟମରେ ଛାତ୍ରଛାତ୍ରୀ ତଥା ଅଭିଭାବକ ମାନଙ୍କର ଉପଯୁକ୍ତ ସହଯୋଗ ଯୋଗୁଁ ପ୍ରତ୍ୟେକ ବର୍ଷ ବିଦ୍ୟାଳୟର ପାସ୍ ହାର ଯଥେଷ୍ଟ ବୃଦ୍ଧି ପାଇବା ସହିତ ବିଭିନ୍ନ କ୍ଷେତ୍ରରେ ଛାତ୍ରଛାତ୍ରୀମାନେ ନିଜର ଦକ୍ଷତାକୁ ପ୍ରତିପାଦନ କରିପାରୁଛନ୍ତି । ପରିଶେଷରେ ଅନୁଷ୍ଠାନର ବରିଷ୍ଠ ଶିକ୍ଷୟତ୍ରୀ ଶ୍ରୀମତୀ ଜୀବାଲା ଧନ୍ୟବାଦ ଅର୍ପଣ କରିଥିଲେ । ପରେ ପରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମାନ ପରିବେଷଣ କରିଥିଲେ । କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ସଂଯୋଜନା କରିଥିଲେ ବିଦ୍ୟାଳୟର ପ୍ରଶାସକ ଶ୍ରୀଯୁକ୍ତ ହିମାଂଶୁ ଶେଖର ପତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ