ଭେଙ୍କେଟେଶ୍ବର ହାଇସ୍କୁଲ ବରପୁତ୍ରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଗାରବନ୍ଧସ୍ଥିତ ସରକାରୀ ଶ୍ରୀ ଭେଙ୍କେଟେଶ୍ଵର ଉଚ୍ଚ ବିଦ୍ୟାଳୟରେ ବରପୁତ୍ରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବା ସହ ବିଦ୍ୟାଳୟ ପରିସରକୁ ସଫେଇ କରାଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବି. ତିରୁମଲା ରାଓ ପଟ୍ଟନାୟକ ୟକଙ୍କ ସଭାପତିତ୍ବରେ ବିଦ୍ୟାଳୟର ଶିକ୍ଷକ ଏବଂ କର୍ମଚାରୀ ଯୋଗଦେଇ ପ୍ରଥମେ ବିଦ୍ୟାଳୟ ପରିସରକୁ ସଫେଇ କରିଥିଲେ। ପରେ ବିଦ୍ୟାଳୟ ପରିସରରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇ ପ୍ରଦୀପ ପ୍ରଜ୍ଜ୍ଵଳନ କରାଯାଇଥୁଳ ଥିଲା। ଏହାପରେ ଓଡ଼ିଶାର ସ୍ବାଧୀନତା ସଂଗ୍ରାମୀଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ର୍ପଣ କରାଯାଇଥିଲା । ସୂଚନା ପ୍ରକାରେ ବୁଧବାର ରାଜ୍ୟରେ ନବନିର୍ବାଚିତ ସର ସରକାରଙ୍କ ଶପଥ ଗ୍ରହଣ ଉତ୍ସବ ପରିପ୍ରେକ୍ଷୀରେ ଏହି କାର୍ଯ୍ୟକ୍ରମ ହୋଇଥିବା ଜଣାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ