ଭେଜା ରେଳ ଲାଇନ୍ ଉପରେ ହେବ ଟ୍ରାକ ପାସିଂ ବ୍ରିଜ
କୋରାପୁଟ,(ହେମନ୍ତ କୁମାର ପାଣଗ୍ରାହୀ) : କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ଭେଜା ବାସି ଙ୍କ ଦୀର୍ଘ ବର୍ଷ ର ଦାବି ପୂରଣ ହେବାକୁ ଯାଉଛି। ଗଏଲ ପୁଟ, ତାଇନ୍ତର , ଖଡା ପୁଟ ଭେଜା ଗ୍ରାମ ବାସୀଙ୍କ ପାଇଁ ଖୁସି ଖବର ଭେଜା ପାଡ଼ୁଆ ରେଳ ଲାଇନ ଉପରେ ଟ୍ରାକ ପାସିଂ ବ୍ରିଜ ନିର୍ମାଣ ନେଇ ରେଳ ବିଭାଗ ପକ୍ଷରୁ ସର୍ବେ ଆରମ୍ଭ କରାଯାଇଛି। ରେଳ ବିଭାଗ ର ଏକ ଟିମ୍ ବୁଧବାର ଭେଜା ରେଳ ଲାଇନ ଉପରେ ଗ ଏ ଲ ପୁଟ ଗ୍ରାମ ନିକଟ ରେ ସର୍ବେ କରିଥିବା ଜଣାପଡିଛି। ତେବେ ଦୀର୍ଘ ବର୍ଷ ଧରି ଉକ୍ତ ଗ୍ରାମ ବାସି ମାନେ ରେଳ ଧାରଣା ଦେଇ ପ୍ରତି ଦିନ ଜମି କୁ ଯାତା ,ୟାତ ଅସୁବିଧା ହେଉଥିବା ନେଇ ବହୁବାର ରେଳ ବିଭାଗ ଅଧିକାରୀ ଙ୍କୁ ଗୁହାରି କରି ଆସୁଥିଲେ । ତେବେ ରେଳ ଲାଇନ୍ ଜମି ହରା ଲୋକେ ମଧ୍ୟ ଟ୍ରାକ ପାସିଂ ବ୍ରିଜ ନିର୍ମାଣ ପାଇଁ ଦାବି କରୁଥିଲେ। ରେଳଧାରଣା ଉପରେ ଟ୍ରାକ ପାସିଂ ବ୍ରିଜ ନିର୍ମାଣ ପାଇଁ ହୋଇ ଆସୁଥିବା ଦାବି କୁ ଗୁରୁତ୍ବର ସହ ନେଇ ରେଳ ବିଭାଗ ବୁଧବାର ରେଳ ବିଭାଗ ର ଏକ ଟିମ୍ ଭେଜା ରେଳ ଲାଇନ ଉପରେ ସର୍ବେ କରିଥିବା ଜଣାପଡିଛି । ସର୍ବେ ରିପୋର୍ଟ ଆଧାର ରେ ରେଳ ବିଭାଗ ପକ୍ଷରୁ କାର୍ଯ୍ୟ ଆରମ୍ଭ ହେବ ବୋଲି କୁହାଯାଉଛି ।ସୂଚିତ ଯେ ଚଳିତ ବର୍ଷ ଜାନୁଆରୀ ଶେଷ ସପ୍ତାହ ରେ କୋରାପୁଟ ଜିଲ୍ଲାପାଳ ୱାଲ୍ଟର ଡି ଆର୍ ଏମ୍ ଙ୍କୁ ଭେଜା ରେଳ ଲାଇନ ଉପରେ ଟ୍ରାକ ପାସିଂ ବ୍ରିଜ ନିର୍ମାଣ ନିମନ୍ତେ ପତ୍ର ଲେଖି ଥିଲେ । କୋରାପୁଟ ଜିଲ୍ଲାପାଳ ଙ୍କ ପତ୍ର ଅନୁସାରେ ରେଳ ବିଭାଗ ବୁଧବାର ସର୍ବେ କାର୍ଯ୍ୟ ଆରମ୍ଭ କରିଥିବାରୁ ଅଞ୍ଚଳ ବାସି ଜିଲ୍ଲାପାଳ ଙ୍କୁ ଧନ୍ୟବାଦ ଜଣାଇଛନ୍ତି।