ଭେଜା ରେଳ ଷ୍ଟେସନରେ ଡମ୍ପିଂୟାର୍ଡ ନିର୍ମାଣ ବେଳେ ଉତ୍ତେଜନା। ଦୁଇ ପୁଲିସ କର୍ମଚାରି ଙ୍କୁ ଆକ୍ରମଣ
କୋରାପୁଟ (ହେମନ୍ତ ପାଣଗ୍ରାହୀ) ନନ୍ଦପୁର ବ୍ଲକ୍ ର ବହୁ ଚର୍ଚ୍ଚିତ ବାଲଡ଼ା ପାହାଡ ଖଣିକୁ ନେଇ ଦୀର୍ଘଦିନ ପରେ ଭେଜା ରେଳ ଷ୍ଟେସନରେ ଡମ୍ପିଂୟାର୍ଡ ନିର୍ମାଣ ସମୟରେ ଉତ୍ତେଜନା ଦେଖା ଦେଇଛି। ପୁଲିସ ଉପରକୁ ଆକ୍ରମଣ ଘଟଣାରେ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ୪୦ ରୁ ୫୦ ଜଣଙ୍କ ନାମରେ ମାମଲା ରୁଜୁ ହୋଇଥିବା ପୁଲିସ ସୂଚନାରୁ ଜଣାପଡିଛି । ସୂଚିତ ଦୀର୍ଘମାସର ନିରବତା ପରେ ଗତ ସୋମବାର କମ୍ପାନୀ ପକ୍ଷରୁ ଭେଜା ରେଳ ଷ୍ଟେସନରେ ଡମ୍ପିଂୟାର୍ଡ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଖବର ପାଇ ନିକଟସ୍ଥ ତାଇନ୍ତର, ଏକେଟାପୁଟ, ଖଡାପୁଟ, ଗୟାଲପୁଟ ଗ୍ରାମରୁ ଶତାଧିକ ମହିଳା ଓ ପୁରୁଷ କାର୍ଯ୍ୟସ୍ଥଳୀକୁ ମାଡ଼ି ଆସିଥିଲେ l ଏହି ସମୟରେ ଘଟଣା ସ୍ଥଳରେ ନିୟୋଜିତ ହୋଇଥିବା ଜିଆରପି ସହ କଥା କଟାକଟି ଚାଲୁଥିବା ବେଳେ ଖବର ପାଇ ପାଡୁଆ ପୁଲିସ ତଥା ଆଇଆଇସି ଅଶୋକ କୁମାର ବିଶୋଇ, ଏସଆଇ ହିମାଂଶୁ ଶେଖର ବେନିଆ ସହ ଏକ ପୁଲିସ ଦଳ ଘଟଣା ସ୍ଥଳ ପହଞ୍ଚି ଲୋକଙ୍କୁ ବୁଝାସୂଝା କରିଥିଲେ l ସେହି ସମୟ ରେ ଉତ୍ୟକ୍ତ ଲୋକେ କାମ ବନ୍ଦ କରିବାକୁ ପାଟି ତୁଣ୍ଡ କରିବା ସହ ପୁଲିସ ଉପରୁ ମାଡ଼ି ଆସିଥିଲେ ସେହି ସମୟ ରେ ସରକାରୀ ରେଳୱେ ପୁଲିସ ସହ ପାଡୁଆ ଏସଆଇ ହିମାଂଶୁ ବେନିଆଙ୍କ ଉପରକୁ ଆକ୍ରମଣ ହୋଇଥିବା ନେଇ ଜଣାପଡିଛି l ଏହି ମାମଲାରେ ଜଣକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି l ତେବେ ସେପଟେ ଏସଡିପିଓ ସମ୍ବିତ କୁମାର ମାଝୀ କହିଛନ୍ତି ଶତାଧିକ ମହିଳା ଓ ପୁରୁଷ ମାରଣାସ୍ତ୍ର ଧରି ପୁଲିସ ଉପରକୁ ଆକ୍ରମଣ କରିଥିଲେ ବୋଲି କହିବା ସହ ତଦନ୍ତ ଚାଲିଛି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ।