ଭେଜିପୁଟରେ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ
କୋଦଳା/ପୁରୁଷୋତ୍ତମପୁର: (ଗୁଲସନ୍ କୁମାର କର)ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଳକର ଚିଙ୍ଗୁଡ଼ିଘାଇ ପଞ୍ଚାୟତ ଅନ୍ତର୍ଗତ ଭେଜିପୁଟ ଗ୍ରାମର ଖେଳପଡ଼ିଆ ଠାରେ ମା କେନ୍ଦରାଇ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି ।ଉକ୍ତ ଟୁର୍ଣ୍ଣାମେଣ୍ଟରେ ମୁଖ୍ୟ ଅତିଥି ଭାବେ କୋଦଳା ଏନଏସି ଚେୟାରମ୍ୟାନ ହର ପ୍ରସାଦ ସାହୁ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ଵଳନ କରି ଶୁଭାରମ୍ଭ କରିଥିବା ବେଳେ ଅନ୍ୟତମ ଅତିଥି ମାନେ ଯୋଗ ଦେଇଥିଲେ।ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟ ରେ ମୁଖ୍ୟ ଅତିଥି ଖେଳାଳୀ ମାନଙ୍କୁ ହାରଜିତ ର ମନରେ ଇର୍ଷା ଭାବ ନ ରଖି ବନ୍ଧୁତ୍ୱପୂର୍ଣ୍ଣ ଭାବେ ଖେଳିବା ପାଇଁ ବାର୍ତା ଦେଇଥିଲେ । ଫାଇନାଲରେ ବେଗୁନିଆପଡା ସହ ଭେଜିପୁଟ ଗ୍ରାମର ଲଢେ଼ଇ ହୋଇଥିଲା। ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଫାଇନାଲ ମ୍ୟାଚରେ ୧୨ ଓଭର ବିଶିଷ୍ଟ ଖେଳାଯିବ ବୋଲି ଖେଳ କମିଟି ପକ୍ଷରୁ ଜଣାପଡିଛି ।ଏହି ଟୁର୍ଣ୍ଣାମେଣ୍ଟ କୁ ଦେଖିବା ପାଇଁ ବହୁ ସଂଖ୍ୟାରେ ଦର୍ଶକଙ୍କ ଭିଡ଼ ଜମିଥିବା ଦେଖିବାକୁ ମିଳିଛି ।