ଭେଟନଇ ଭୀମସେନ ହାଇସ୍କୁଲର ପୁରାତନ ଛାତ୍ରଙ୍କ ବନ୍ଧୁମିଳନ
ଆସିକା, (ଯୁଗାବ୍ଦ ନ୍ୟୁଜ):ଏ ସମାଜରେ ବନ୍ଧୁତ୍ୱର ଆବଶ୍ୟକତା ସବୁବେଳେ ରହିଛି । ଯେତେବେଳେ କୌଣସି ଅସୁବିଧା ହୁଏ ସେହି ସମୟରେ କେହି ନଥିଲେ ନିଶ୍ଚିତ ଭାବେ କେହି ମଧ୍ୟ ଜଣେ ବନ୍ଧୁଟିଏ ଥାନ୍ତି । ଆସିକା ବ୍ଳକ ଅଧୀନସ୍ଥ ଭେଟନଇ ଗ୍ରାମ ସ୍ଥିତ ଭୀମସେନ ହାଇସ୍କୁଲର ୧୯୯୫ ମ୍ୟାଟ୍ରିକ୍ ବ୍ୟାଚର ବହୁ ବାଲ୍ୟ ବନ୍ଧୁ ଚାରିମଇଲି-ସିଦ୍ଧନଇ ରାସ୍ତା ପାଶ୍ୱର୍ରେ ଥିବା ଏକ ପାର୍କରେ ଏକଜୁଟ ହୋଇ ସେମାନଙ୍କର ସ୍ମୃତିକୁ ସାଉଁଟିବା ସହ ଏକାଠି ହୋଇ ପରସ୍ପର ମଧ୍ୟରେ ଅନୁଭୁତି ବାଣ୍ଟିଥିବା ଲକ୍ଷ୍ୟ କରାଯାଇଛି । ଭେଟନଇ ଭୀମସେନ ହାଇସ୍କୁଲରେ ୧୯୯୫ ମସିହାରେ ଦଶମ ଶ୍ରେଣୀରେ ପଢୁଥିବା ଛାତ୍ର ଟୁକୁନା ପରିଡା, ଅରୁଣ ଉପାଧ୍ୟାୟ, ଶ୍ୟାମସୁନ୍ଦର ପାଢୀ, ପଦ୍ମନାଭ ପଣ୍ଡା, ଏମ୍.ମଧୁବାବୁ ଦୋରା, ହୃଷିକେଶ ମହାରଣା, ପି.ସତ୍ୟନାରାୟଣ ଦୋରା, ବୁଲୁ ଗୌଡ, ମଙ୍ଗୁଳୁ ବେହେରା, ବ୍ରଜକିଶୋର ବିଶ୍ୱାଳ, ରାମକୃଷ୍ଣ ମହାନ୍ତି, ପି.ଲକ୍ଷ୍ମୀନାରାୟଣ ଦୋରା, ମୁରଲି ମହାନ୍ତି, ସୂର୍ଯ୍ୟ ଗୌଡ, ସନ୍ୟାସୀ ସ୍ୱାଇଁ, ତାରକେଶ୍ୱର ଦୋରା, ସନ୍ୟାସୀ ବାଡତ୍ୟା, ବିଦେଶୀ ଦାଶ, ଭୂଷଣ ଦାଶ, ବିଭୁ ଉପାଧ୍ୟାୟଙ୍କ ସମେତ ବହୁ ପୁରାତନ ଛାତ୍ର ଏକଜୁଟ ହୋଇ ସେମାନଙ୍କର ପିଲାଦିନର ସ୍ମୃତି ସାଉଁଟିବା ସହ ଆଗାମୀ ଦିନରେ ସବୁ ସମୟରେ ଏକଜୁଟ ହୋଇ ସମାଜ ସେବା କରିବା ଲାଗି ନିଷ୍ପତ୍ତି ନେଇଥିବା ଜଣାପଡିଛି । ଦୀର୍ଘ ପ୍ରାୟ୨୯ବର୍ଷ ପରେ ୧୯୯୫ ମାଟ୍ରିକ୍ ବ୍ୟାଚର ପୁରାତନ ଛାତ୍ର ମାନେ ଏକଜୁଟ ହୋଇଥିବା ଯୋଗୁଁ ଖୁସିରେ ବିଭୋର ହୋଇପଡିଥିବା ଲକ୍ଷ୍ୟ କରାଯାଇଥିଲା । ଆସିକା ବ୍ଳକ ଅନ୍ତର୍ଗତ ଭେଟନଇ ଗ୍ରାମର ଐତିହ୍ୟ ଓ ସଂସ୍କୃତି ସମ୍ପନ୍ନ ଭୀମସେନ ହାଇସ୍କୁଲର ବହୁ ଛାତ୍ର ଛାତ୍ରୀ ଭଲ ପାଠପଢି ବିରଳ କୃତିତ୍ୱର ଅଧିକାରୀ ହୋଇପାରିଥିଲା ବେଳେ ଗୋଟିଏ ଛାତ ତଳେ ୧୯୯୫ ବ୍ୟାଚର ବିଦ୍ୟାର୍ଥୀଙ୍କ ମହାମିଳନ ହୋଇଥିବା ଦେଖିବାକୁ ମିଳିଥିଲା । ଦୀର୍ଘ ବର୍ଷ ପରେ ୧୯୯୫ ମସିହାରେ ଦଶମଶ୍ରେଣୀରେ ପାସ୍ଆଉଟ୍ ହୋଇଥିବା ଛାତ୍ରମାନେ ସେମାନଙ୍କ ପଢା ସମୟର ସ୍ମୃତିଚାରଣ କରିବା ସାଙ୍ଗକୁ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଟିତ ଥିବା ବାଲ୍ୟବନ୍ଧୁ ମାନେ ନିଜନିଜର ପାରିବାରିକ ସ୍ଥିତି ଓ କର୍ମକ୍ଷେତ୍ର ଅନୁଭୂତି ବଖାଣିବା ସାଙ୍ଗକୁ ଏହି ପୁରାତନ ଶିକ୍ଷାନୁଷ୍ଟାନର ସର୍ବାଙ୍ଗୀନ ଉନ୍ନତି ପାଇଁ ଭବିଷ୍ୟତ କାର୍ଯ୍ୟପନ୍ଥା ଉପରେ ଆଲୋଚନା କରିବା ସାଙ୍ଗକୁ ଦିବଂଗତ ଶିକ୍ଷକଙ୍କ ସହ କିଛି ସହପାଠୀଙ୍କ ଉଦ୍ଦେଶ୍ୟରେ ନୀରବ ପ୍ରାର୍ଥନା କରିଥିବା ଲକ୍ଷ୍ୟ କରାଯାଇଥିଲା ।


