ଭେଣ୍ଡିଂଜୋନ ଓ ଉଠାଦୋକାନୀମାନଙ୍କୁ ମାସ୍କ ଓ ଡ଼ଷ୍ଟିବିନ୍ ବଣ୍ଟନ
ଭୁବନେଶ୍ୱର, : ସାରା ବିଶ୍ୱରେ କୋରନା ଭାଇସର ବ୍ୟାପିଥିବା ବେଳେ ଓଡ଼ିଶାରେ ମଧ୍ୟ ଜଣେ ଯୁବକଙ୍କଠାରେ ପଥମ କରୋନା ଭାଇରସ ଚିହ୍ନଟ କରାଯାଇଅଛି ।ଭାଇରସରୁ ଲୋକମାନଙ୍କୁ ବଞ୍ଚାଇବା ପାଇଁ ବିଭିନ୍ନ ସଂଗଠନ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ କରୁଥିବା ବେଳେ ଓଡ଼ିଶାରେ ଉଠାଦୋକାନୀ ମାନଙ୍କ ପାଇଁ କାର୍ଯ୍ୟ କରୁଥିବା ସର୍ବବୃହତ୍ ସଂଗଠନ ନିଖିଳ ଉତ୍କଳ କ୍ଷୁଦ୍ର ବ୍ୟବସାୟୀ ଓ ଭୋଣ୍ଡିଂଜୋନ ସୁରକ୍ଷା ଟ୍ରଷ୍ଟ ତରଫରୁ ଭୁବନେଶ୍ୱରସ୍ଥିତ ୟୁନିଟ୍-୨ ବଜରଙ୍ଗ ଭେଣ୍ଡିଂଜୋନ (ଚାରା) ଠାରେ ପାଖାପାଖି ୨୫୦ରୁ ଅଧିକ ଉଠାଦୋକାନୀ, ଭେଣ୍ଡିଂଜୋନ୍ର ଦୋକାନୀ ଓ ପଥଚାରୀମାନଙ୍କୁ ମାସ୍କ ବଣ୍ଟନ କରାଯାଇଥିଲା ଏତଦ୍ବ୍ୟତୀତ ନିଜ ନିଜ ଅଞ୍ଚଳକୁ ପରିସ୍କାର ପରିଚ୍ଛନ୍ନ ରଖିବା ପାଇଁ ୨୦୦ଟି ଡ଼ଷ୍ଟବିନ୍ ଓ ୧୦୦ରୁ ଅଧିକ ଝାଡୁ ଦୋକାନୀଙ୍କୁ ବଣ୍ଟନ କରାଯାଇଥିଲା । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ରାଜ୍ୟ ସଭାପତି ପ୍ରତାପ କୁମାର ସାହୁ ଯୋଗ ଦେଇ କହିଲେ ଯେ, କୋରନା ଭାଇରସକୁ ଭୟ କରନ୍ତୁ ନାହିଁ, ଏଥିପାଇଁ ସଚେତନତା ସୃଷ୍ଟି କରିବା ସହିତ ନିୟମିତ ବ୍ୟବଧାନରେ ହାତକୁ ଭଲଭାବରେ ଧୋଇବା ଆବଶ୍ୟକ । ତେବେ ଯାଇ କରୋନା ଭାଇରସ ଲୋକମାନଙ୍କ ଠାରୁ ଦୂରେଇଯିବ । କାର୍ଯ୍ୟକ୍ରମକୁ ସମ୍ପାଦକ ଅନୁଜ କୁମାର ପ୍ରଧାନ ପରିଚାଳନା କରିଥିବା ବେଳେ ବଜରଙ୍ଗ ଭେଣ୍ଡିଂଜୋନର ସମ୍ପାଦକ କୈଳାସ ପାତ୍ର, ସୁଦର୍ଶନ ପୃଷ୍ଟି, ନିରଞ୍ଜନ ପାଣ୍ଡେ, ସୂର୍ଯ୍ୟମଣି ସାହୁ, ବିପିନ ବିହାରୀ ଜେନା, ସତ୍ୟ ନାରାୟଣ ମହାପାତ୍ର, ବିରଞ୍ôଚ ନାରାୟଣ ଗାଣ୍ଠିଆ, ରାନୁ ନାୟକ, ବିଦେଶ ବେହେରା, ଗୁନା ସ୍ୱାଇଁ ପ୍ରମୁଖ ଯୋଗଦେଇ ବଣ୍ଟନ କାର୍ଯ୍ୟକ୍ରମରେ ସହଯୋଗ କରିବା ସହିତ କରୋନା ଭାଇରସକୁ ମୁକାବିଲା କରିବା ପାଇଁ ସଚେତନତାର ବାର୍ତ୍ତ ପ୍ରଦାନ କରିଥିଲେ । ଏତଦ୍ବ୍ୟତୀତ ଆଗକୁ ଆହୁରି ଉଠାଦୋକାନୀ ଓ ଭେଣ୍ଡିଂଜୋନର ଦୋକାନୀମାନଙ୍କୁ ଡ଼ଷ୍ଟବନ୍, ମାସ୍କ ଓ ଝାଡୁ ବଣ୍ଟନ କରାଯିବ ବୋଲି ସଭାପତି ସାହୁ ପ୍ରକାଶ କରିଥିଲେ ।


