ଭେଲୋସିଟି ଏସଏଚ୍ଜି ଗ୍ରୁପ ପକ୍ଷରୁ ମାସ୍କ ବଣ୍ଟନ
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ବାଳ):ମୟୁରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ଅନ୍ତର୍ଗତ ଝରାଡିହି ଗ୍ରାମପଞ୍ଚାୟତ ବଙ୍ଗଳା ସାହିର ଭେଲୋସିଟି ମହିଳା ସ୍ବୟଂ ସହାୟିକା ଗୋଷ୍ଠି ପକ୍ଷରୁ ମାସ୍କ ପ୍ରସ୍ତୁତ କରାଯାଇ ସାଧାରଣରେ ବଣ୍ଟନ କରାଯାଇଛି। କରୋନା ମହାମାରୀ କୁ ଦୃଷ୍ଟିରେ ରଖି ବର୍ତ୍ତମାନ ମାସ୍କ ପିନ୍ଧିବା ଅନିବାର୍ଯ୍ୟ ହୋଇଥିବା ବେଳେ ଲୋକଙ୍କ ପାଖରେ ମାସ୍କ ନଥିବାରୁ ରୁମାଲ କିମ୍ବା ଗାମୁଛା ବାନ୍ଧି ଲୋକେ ବାହାରୁଛନ୍ତି।ଏତିକିବେଳେ ଭେଲୋସିଟି ସ୍ବୟଂ ସହାୟିକା ଗୋଷ୍ଠି ପକ୍ଷରୁ ସାଧାରଣ ଲୋକଙ୍କୁ ମାସ୍କ ବଣ୍ଟନ କରାଯାଇଥିବାରୁ କିଛି ଲୋକ ଆସ୍ବସ୍ତ ହୋଇଛନ୍ତି।ତେବେ ସ୍ବୟଂ ସହାୟିକା ଗୋଷ୍ଠି ପକ୍ଷରୁ ସ୍ବହସ୍ତରେ ପ୍ରସ୍ତୁତ କରାଯାଇଥିବା ୨୦୦’ଟି ମାସ୍କ ଝରାଡିହି ଅଞ୍ଚଳର ବିଭିନ୍ନ ସ୍ଥାନରେ ବିଭିନ୍ନ ବର୍ଗର ଲୋକଙ୍କୁ ବଣ୍ଟନ କରାଯାଇଛି।ଝରାଡିହି ପୋଲିସ ଫାଣ୍ଡିରେ କରୋନାକୁ ନେଇ କାର୍ଯ୍ୟରତ ଥିବା ପୋଲିସ କର୍ମଚାରୀଙ୍କ ପାଇଁ,ଝରାଡିହି ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ କର୍ମଚାରୀ ଓ ସରପଞ୍ଚଙ୍କୁ,ପୋଷ୍ଟ ଅଫିସ କାର୍ଯ୍ୟାଳୟ ଓ ଝରାଡିହି ଓଡିଶା ଗ୍ରାମ୍ୟ ବ୍ୟାଙ୍କ ଶାଖା ସହିତ କିଛି ଅସହାୟ ବୃଦ୍ଧ,ବୃଦ୍ଧା’ଙ୍କୁ ମାସ୍କ ବଣ୍ଟନ କରାଯାଇଥିଲା।ଏଥିରେ ଭେଲୋସିଟି ସ୍ବୟଂ ସହାୟିକା ଗୋଷ୍ଠିର ସଭାନେତ୍ରୀ ଶ୍ରଦ୍ଧାଞ୍ଜଳୀ ଗିରି ଓ ସଂପାଦିକା ଶ୍ରୀମତୀ ଲଳିତା ମହାନ୍ତ’ଙ୍କ ଅଧ୍ୟକ୍ଷତାରେ ଅନ୍ୟାନ୍ୟ ସଦସ୍ୟ’ଙ୍କ ସହିତ ଶୁକୁରମୋନୀ ମହାନ୍ତ ଓ ସଙ୍ଗୀତା ଗିରି ମାସ୍କ ବଣ୍ଟନ କରିଥିଲେ।