ଭୋକ ଉପାସରେ ଥିବା ଶ୍ରମିକଙ୍କୁ ସହାୟତା କଲା ପ୍ରଶାସନ
ବନ୍ତ,(ଯୁଗାଦ୍ଧ ନ୍ୟୁଜ୍):ବନ୍ତ ବ୍ଲକ ପୁରୁଷଣ୍ଢ ପଞ୍ଚାୟତରେ ଭୋକ ଉପାସରେ କାଳାତିପାତ କରୁଥିବା ଶ୍ରମିକଙ୍କୁ ପ୍ରଶାସନ ପକ୍ଷରୁ ସହାୟତା କରାଯାଇଛି । ପ୍ରକାଶ ଯେ, ପଶ୍ଚିମବଙ୍ଗ ରାଜ୍ୟରୁ କିଛି ଶ୍ରମିକ ଆଗରପଡା ପୁରୁଷଣ୍ଢ ଅଞ୍ଚଳରେ ଗତ ୩୦ ବର୍ଷ ଧରି ବସବାସ କରି ଆସୁଛନ୍ତି । ଦୈନନ୍ଦିନ ପରର ମୂଲ ଲାଗି ପରିବାର ପ୍ରତିପୋଷଣ କରୁଥିଲେ । କରୋନା ପାଇଁ ସାରା ଦେଶ ଲକ୍ ଡାଉନ୍ ହେବା ଯୋଗୁ ସେମାନେ କାମଧନ୍ଦା ପାଉନାହାନ୍ତି । ଫଳରେ ଭୋକ ଉପାସରେ ଏବେ ଦିନ କାଟୁଛନ୍ତି । ଏସଂପର୍କରେ ସାମାଜିକ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଜିଲା ପ୍ରଶାସନର ନିର୍ଦ୍ଦେଶକ୍ରମେ ଅତିରିକ୍ତ ତହସିଲଦାର ବନିତାରାଣୀ କିସ୍କୁ ଘଟଣା ସ୍ଥଳରେ ପହଞ୍ôଚ ଭୋକଉପାସରେ ଥିବା ୧୬ ଜଣ ଶ୍ରମିକଙ୍କୁ ମଧ୍ୟାହ୍ନ ଭୋଜନ ପାଇଁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ଏଥିସହ ସମସ୍ତ ଶ୍ରମିକଙ୍କୁ ଖାଦ୍ୟ ଯୋଗାଇ ଦେବା ପାଇଁ ସରପଞ୍ଚକୁ ପରାମର୍ଶ ଦିଆଯାଇଛି । ସେଠାକାର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ରନ୍ଧା ଖାଦ୍ୟ ଯୋଗାଇ ଦିଆଯିବ ବୋଲି ସୂଚନା ମିଳିଛି ।