ଭୋଜପୁର ରେଞ୍ଜ କାର୍ଯ୍ୟାଳୟ ରେ ମା ଜଗଦ୍ଧତ୍ରୀ ପୂଜା ଅନୁଷ୍ଠିତ
ଜମନକିରା, (ଲିପନ ନାଏକ):ବାମରା ବନ୍ୟପ୍ରାଣୀ ବନଖଣ୍ଡ ଜମନକିରା ଭୋଜପୁର ରେଞ୍ଜ କାର୍ଯ୍ୟାଳୟ ରେ ଆଜି ମା ଜଗଦ୍ଧତ୍ରୀ ପୂଜା ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ କର୍ତ୍ତା ଭାବରେ ରେଞ୍ଜର ଲଷ୍ମୀନାରାୟଣ ନାଏକ ଓ ତାଙ୍କ ସହ ଧର୍ମିଣୀ ତ୍ରିବେଣୀ ନାଏକ ହୋମ ରେ ବସିଥିବା ବେଳେ ପୂଜକ ଭାବରେ ନୀଳାଞ୍ଚଳ ପାଣିଗ୍ରାହୀ ରହି ପୂଜା ହୋମ ଵିଧି ସମ୍ପନ କରିଥିଲେ l ପୂଜାରେ ଅଞ୍ଚଳର ଅନେକ ଶ୍ରଦ୍ଧାଳୁ ଭକ୍ତ ଉପସ୍ଥିତ ରହି ମା ଙ୍କ ପୂଜା କରିବା ସହ ଶେଷରେ ପ୍ରସାଦ ସେବନ କରିଥିଲେ l ଆଜି ବୁଧବାର ମା ଙ୍କୁ ବିସର୍ଜନ କରାଯାଇଥିବା ବେଳେ ଫରେଷ୍ଟର ହେମନ୍ତ ମିଶ୍ର, ସୁନିତା ପଟେଲ ଙ୍କ ସହ ବନବିଭାଗ ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ସହଯୋଗ କରିବା ସହ ପୂଜାକୁ ସୁଚାର ରୂପେ ତୁଲାଇଥିଲେ l