ଭୋଜି ଖାଇ ଫେରୁଥିବା ବେଳେ ବଲେରୋ ଗାଡି ଦୁର୍ଘଟଣାଗ୍ରସ୍ତ, ୧ ମୃତ ୫ ଆହତ

ଯୋଡା, (ସମୀର କୁମାର ଦାସ):ବାମେବାରୀ ଥାନା ଅନ୍ତର୍ଗତ ନଇବୁଗା-ବସନ୍ତପୁର ରାସ୍ତାରେ ଭୋଜିଖାଇ ଫେରୁଥିବା ବେଳେ ବୋଲେରୋ ଗାଡି ଭାରସାମ୍ୟ ହରାଇ ଓଲଟିବାରୁ ଘଟଣାସ୍ଥଳରେ ଜଣକର ମୃତ୍ୟୁ ଘଟିଥିବାବେଳେ ୫ ଜଣ ଗୁରୁତର ହୋଇଥିବା ଜଣାପଡିଛି । ପୋଲିସ୍ ସୂତ୍ରରୁ ଜଣାପଡିଛି ଯେ, ସୋମବାର ୨୨ ତାରିଖ ରାତ୍ରି ପ୍ରାୟ ୧୧ଟା ସମୟରେ ନଇବୁଗା ଠାରୁ ଏକ ବୋଲେରୋ ଗାଡି ନଂ- ଓଡି ୦୯ ଏ ୫୮୫୪ ଯୋଗେ ବରଯାତ୍ରୀ ମାନେ ରାଜବସା ଗ୍ରାମକୁ ଯାଇଥିଲେ । ସେଠାରୁ ଭୋଜିଖାଇ ଫେରୁଥିବା ବେଳେ ଉକ୍ତ ରାସ୍ତାରେ ବୋଲେରୋ ଗାଡିଟି ଭାରସାମ୍ୟ ହରାଇ ଇଲେକ୍ଟ୍ରି ଖୁନ୍‌ଟକୁ ଧକ୍କା ଦେଇଥିଲା । ଫଳରେ ବୋଲେରୋ ଗାଡିରେ ବସିଥିବା ଝୁମ୍ପୁରା ଥାନା ଅନ୍ତର୍ଗତ ନହବେଡା ଗ୍ରାମର ମୋହନ ନାଏକ(୨୭) ଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୫ ଜଣ ଗୁରୁତର ହେବାରୁ ସେମାନଙ୍କୁ କେନ୍ଦୁଝର ମୁଖ୍ୟ ଡାକ୍ତରଖାନାରେ ଭର୍ତି କରାଯାଇଛି । ଏ ନେଇ ବାମେବାରୀ ଥାନାରେ ଏକ କେସ ନଂ-୨୦/୨୧ ରୁୁଜୁ ହୋଇଥିବା ଆଇଆଇସି ରାଜେନ୍ଦ୍ର କୁମାର ସ୍ୱାଇଁ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ