ଭୋଟଗ୍ରହଣ କେନ୍ଦ୍ର ବଦଳାନଯିବାକୁ ଜିଲ୍ଲାପାଳଙ୍କୁ ଦାବି
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଓସ୍ତପୁର ଗ୍ରାମପଞ୍ଚାୟତର ୧୨ନମ୍ବର ୱାର୍ଡ ଅନ୍ତର୍ଗତ ମାଲପୁର ଗ୍ରାମର କ୍ଲବ ଘରେ ପଞ୍ଚାୟତ ନିର୍ବାଚନ ପାଇଁ ଅସ୍ଥାୟୀ ଭୋଟ ଗ୍ରହଣ କେନ୍ଦ୍ର ଦୀର୍ଘ ଦଶନ୍ଧି ଧରି ହୋଇଆସୁଥିଲା । କିନ୍ତୁ ଚଳିତ ପଞ୍ଚାୟତ ନିର୍ବାଚନରେ ସେହି ଅସ୍ଥାୟୀ ଭୋଟ ଗ୍ରହଣ କେନ୍ଦ୍ରକୁ ପ୍ରାୟ ୫କିଲୋମିଟର ଦୂରରେ ଥିବା ଅନ୍ୟ ଏକ ସ୍ଥାନକୁ ବଦଳାଯିବାକୁ ମସୁଦ୍ଧା ଚାଲିଥିବା ସଂପୃକ୍ତ ଗ୍ରାମର ଭୋଟରମାନେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଗତ ୧୯୯୨ମସିହାରୁ ଆଜି ପର୍ଯ୍ୟନ୍ତ ୬ଥର ପଞ୍ଚାୟତ ନିର୍ବାଚନ ଶାନ୍ତିଶୃଙ୍ଖଳା ସହିତ ସମାପନ ହୋଇଥିବା ମାଲପୁର ଗ୍ରାମର ବୁଥକୁ ଉଦେଶ୍ୟମୂଳକ ଭାବେ ଅନ୍ୟତ୍ର ସ୍ଥାନାନ୍ତର କରାଯିବା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ବୋଲି ଗ୍ରାମର ଭୋଟରମାନେ କହିଛନ୍ତି । କେନ୍ଦ୍ର ପରିବର୍ତ୍ତନ ହେଲେ ଏହି ଗ୍ରାମର ଭୋଟରମାନେ ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ଅଙ୍ଗୁଳେଇ ପଞ୍ଚାୟତକୁ ଅତିକ୍ରମ କରି ନୂତନ ଭୋଟ ଗ୍ରହଣ କେନ୍ଦ୍ରକୁ ଯିବାକୁ ପଡିବ । ଫଳରେ ଏତେବାଟ ବୟଷ୍କ ମହିଳା ଓ ପୁରୁଷ ଭୋଟରମାନେ ଯିବା ସମ୍ଭବ ହେବ ନାହିଁ । ନଚେତ ଭୋଟରମାନେ ବାଧ୍ୟ ହୋଇ ଭୋଟ ବର୍ଜ୍ଜନ କରିବେ ବୋଲି ରବିନ୍ଦ୍ର ନାଥ ମିଶ୍ର, କନକଲତା ମିଶ୍ର, ସରପଞ୍ଚ ପ୍ରାର୍ଥୀ ରଶ୍ମିରଞ୍ଜନ ଚୈାଧୁରୀ, ନିଦ୍ୱନ୍ଦରେ ନିର୍ବାଚିତ ୱାର୍ଡସଭ୍ୟ ଅଶୋକ କୁମାର ମିଶ୍ର, ମିନତୀ ମିଶ୍ର, ଅକ୍ଷୟ ମିଶ୍ର, ଚିନ୍ମୟୀ ପ୍ରଭା ମିଶ୍ର, ସୁଶାନ୍ତ ମିଶ୍ର, ନରହରି ମିଶ୍ର, ବନଲତା ମିଶ୍ର, ପ୍ରଭଞ୍ଜନ ପଣ୍ଡା, କଳ୍ପନା ଦାଶ, ମମତା ପଣ୍ଡା ପ୍ରମୁଖ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି ।