ଭୋଟଦାନ ରେ ସାମିଲ ହେଲା ବଲିଉଡ
(ଯୁଗାବ୍ଦ ନ୍ୟୁଜ )ମହାରାଷ୍ଟ୍ର ଓ ହରିୟାଣାରେ ସୋମବାର ବିଧାନସଭା ନିର୍ବାଚନ ରେ ଦଳୀୟ ପ୍ରାର୍ଥିମାନେ ଯେତିକି ଉତ୍ସାହିତ ଅଛନ୍ତି ତା ‘ଠାରୁ ଅଧିକ ଉତ୍ସାହ ଦେଖିବାକୁ ମିଳିଛି ଭୋଟରଙ୍କ ନିକଟରେ। ମହାରାଷ୍ଟ୍ରର ବିଭିନ୍ନ ବୁଥ୍ରେ ବଲିଉଡ୍ ସେଲିବ୍ରିଟିମାନେ ଆସି ସେମାନଙ୍କ ମତ ସାବ୍ୟସ୍ତ କରିଛନ୍ତି। ତେବେ ସୋମବାର ହୋଇଥିବା ଭୋଟ ଗ୍ରହଣରେ ବଲିଉଡ୍ ନାୟିକା ମାଧୁରୀ ଦିକ୍ଷିତ ନେନେ ବାନ୍ଦ୍ରା(ପଶ୍ଚିମ)ର ଏକ ଭୋଟ ଗ୍ରହଣ କେନ୍ଦ୍ରରେ ଭୋଟ ଦେଇଛନ୍ତି। ସେହିପରି ଲାତୁରର ଏକ ଭୋଟ ଗ୍ରହଣ କେନ୍ଦ୍ରରେ ଅଭିନେତା ରିତେଶ ଦେଶମୁଖ, ତାଙ୍କ ସ୍ତ୍ରୀ ଜେନେଲଆ ଡି ସୌଜା ଓ ତାଙ୍କ ପରିବାର ସଦସ୍ୟ ଭୋଟ ଦେଇଛନ୍ତି।


