ଭୋଟର ତାଲିକାରେ ଚଞ୍ଚକତା ଭୋଟର ସଂଖ୍ୟା ୪ ହଜାର, ଭୋଟର ତାଲିକାରେ ୫ ହଜାର

ପୁରୀ (ଯୁଗାଦ୍ଦ ନୁଜ୍ୟ) : ଜନସଂଖ୍ୟା ୪ ହଜାର ୪୦ ଥିଲାବେଳେ ଭୋଟର ଲିଷ୍ଟରେ ରହିଛି ୫ ହଜାର ୫୫୫ । ଉକ୍ତ ଘଟଣା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଏପରି ଘଟଣା କେଉଁ ଉପାନ୍ତ ଅଞ୍ଚଳର ନୁହେଁ ଏହା ହେଉଛି ପୁରୀ ସଦର ବ୍ଳକ୍ ଅର୍ନ୍ତଗତ ଗୋପୀନାଥପୁର ପଞ୍ଚାୟତରେ । ଉକ୍ତ ପଞ୍ଚାୟତରେ ୨୦୧୧ ଜନଗଣନା ଅନୁଯାୟୀ ୪ ହଜାର ୪୦ ଜଣ ଭୋଟର ରହିଛନ୍ତି । ହେଲେ ଉକ୍ତ ପଞ୍ଚାୟତରେ ତାହାଠାରୁ ଅଧିକ ଭୋଟର ଲିଷ୍ଟରେ ରହିଥିବାନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ସୂଚନା ଅଧିକାର ତଥ୍ୟ ଅନୁଯାୟୀ ଉକ୍ତ ପଞ୍ଚାୟକ ତିନୋଟି ରାଜସ୍ୱ ଗ୍ରାମକୁ ନେଇ ଗଠିତ । ମାତ୍ର ୨୦୧୧ ଜନଗଣନା ଅନୁଯାୟୀ ଉକ୍ତ ପଞ୍ଚାୟତରେ ୧ହଜାର ୯୭୦ ମହିଳା ଭୋଟର ଥିବାବେଳେ ପୁରୁଷ ଭୋଟରଙ୍କ ୨ ହଜାର ୭୦ ବୋଲି ଜଣାପଡିଛି । ତେବେ ଉକ୍ତ ପଞ୍ଚାୟତରେ ଅଧିକ ସଂଖ୍ୟାରେ ଭୋଟର ଲିଷ୍ଟରେ କିପରି ସାମିଲ ହେଲେ ତାହାକୁ ସୂଚନା ଅଧିକାରୀ କର୍ମୀ ଚିନ୍ମୟ ଦାଶ ପ୍ରଶାସନ ନିକଟରେ ଅଭିଯୋଗ କରିଛନ୍ତି । ଏହା ପୂର୍ବରୁ ମଧ୍ୟ ସ୍ଥାନୀୟ ସରପଞ୍ଚ ରାଜକିଶୋର ରାଉତ ବ୍ଲକ୍ ପ୍ରଶାସନ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଅଭିଯୋଗ କରିଥିଲେ ମଧ୍ୟ କେହି ଶୁଣିନଥିଲେ । ହେଲେ ଏହା ପ୍ରଶାସନିକ ଅଧିକାରୀଙ୍କ ତ୍ରୁଟି ଯୋଗୁଁ ହୋଇଛି ବୋଲି ସେ ସିଧାସଳଖ ଅଭିଯୋଗ କରିଛନ୍ତି । ତେବେ ଆଗକୁ ସାଧାରଣ ନିର୍ବାଚନ ଆସୁଥିଲା ବେଳେ ଉକ୍ତ ପଞ୍ଚାୟତର ଭୋଟର ସଂଖ୍ୟା ଓ ଭୋଟର ତାଲିକାରେ ଥିବା ସଂଖ୍ୟା ମେଳ ଠିକ୍ ନଥିବାରୁ ଏହା ଆଗକୁ ବଡ଼ ସମସ୍ୟା ସୃଷ୍ଟି କରିବ ବୋଲି ଜଣାପଡିଛି । ତେଣୁ ଜିଲ୍ଲା ପ୍ରଶାସନ ଉକ୍ତ ଘଟଣାରେ ହସ୍ତକ୍ଷେପ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶ୍ରୀ ଦାସ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ