ଭୋଟର ତାଲିକାରେ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ନିମନ୍ତେ ସଚେତନ ରଥ ଶୁଭାରମ୍ଭ

ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଚଳିତ ୨୦୨୧ ମସିହା ନିମନ୍ତେ ଭୋଟର ତାଲିକାରେ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ନିମନ୍ତେ ପ୍ରଚାର ରଥ ଆଜି ଭଞ୍ଜନଗର ଉପଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମିଂଜ଼ ଶୁଭାରମ୍ଭ କରିଛନ୍ତି | ଏହି ପ୍ରଚାର ରଥ ଭଞ୍ଜନଗର ଉପଖଣ୍ଡର ସମସ୍ତ ବ୍ଲକ ସମେତ ପଂଚାୟତ ଗୁଡିକ ପରିଭ୍ରମଣ କରି ଜନସାଧାରଣ ମାନଙ୍କୁ ସଚେତନ କରିବ | ସୂଚନା ଯେ, ସ୍ୱତନ୍ତ୍ର ସଂଶୋଧନ ପ୍ରକ୍ରିୟା ଚଳିତ ମାସ ୧୬ ତାରିଖରୁ ଚାଲୁରହିଛି | ଏହା ଆସନ୍ତା ମାସ ଅର୍ଥାତ ଡିସେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ | ସ୍ୱତନ୍ତ୍ର ପ୍ରଚାର ଦିବସ ଭାବେ ଚଳିତ ମାସ ୨୮ଏବଂ ୨୯ ତାରିଖ ଏବଂ ଡିସେମ୍ବର ମାସ ୫ ଏବଂ ୬ ତାରିଖ ଦିନ ଜନସାଧାରଣ ନିଜର ନିଜର ବୁଥ ସ୍ତରୀୟ ଅଧିକାରୀ ମାନଙ୍କ ସହ ଭେଟନ୍ତୁ | ଯଦି କୌଣସି ବ୍ୟକ୍ତିଙ୍କ ୧.୧.୨୦୨୧ କିମ୍ବା ତା ପୂର୍ବରୁ ୧୮ବର୍ଷ ବୟସ ହେଇଥିବ ତେବେ ନିଜର ନାମ ଭୋଟର ତାଲିକାରେ ପଞ୍ଜିକୃତ କରିପାରିବେ | ଏହା ଛଡା ଅନଲାଇନ www.nvsp.in ରେ ମଧ୍ୟ ଆବେଦନ କରିପାରିବେ | ଅନ୍ୟ ମାନଙ୍କ ମଧ୍ୟରେ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଫକୀର ମୋହନ ମାଝୀ, କନିଷ୍ଠ ରାଜସ୍ବ ସହାୟକ ମୁକ୍ତିପଦ ନାୟକ , ସତ୍ୟନାରାୟଣ ରେଡ୍ଡୀ ପ୍ରମୁଖ ଉପସ୍ଥିତ ଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ