ଭୋଟର ତାଲିକାର ସ୍ବତନ୍ତ୍ର ସଂଶୋଧନ କାର୍ଯ୍ୟକ୍ରମ ସକାଶେ ସମସ୍ତ ରାଜନୈତିକ ଦଳଙ୍କୁ ନେଇ ବୈଠକ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଭୋଟର ତାଲିକାର ସ୍ବହତନ୍ତ୍ର ସଂଶୋଧନ କାର୍ଯ୍ୟକ୍ରମ ଗଞ୍ଜାମ ଜିଲ୍ଲାରେ ଚାଲିଛି । ଚଳିତ ନଭେମ୍ବର ୯ ତାରିଖରେ ଭୋଟର ତାଲିକା ସର୍ବ ସାଧାରଣଙ୍କ ଅବଗତି ନିମନ୍ତେ ପ୍ରକାଶନ କରାଯାଇଥିଲା । ଏହି ତାଲିକାରେ ଥିବା ଭୋଟର ମାନଙ୍କର ତଥ୍ୟ କିଭଳି ନିର୍ଭୁଲ ଭାବରେ ଲିପିବଦ୍ଧ ହେବ ସେଥି ନିମନ୍ତେ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ସମସ୍ତ ରାଜନୈତିକ ଦଳଙ୍କୁ ନେଇ ଶନିବାର ଜିଲ୍ଲାପାଳଙ୍କ ସଦ୍ଭାବନା ବୈଠକ ଠାରେ ଅନୁଷ୍ଠିତ ହୋଇଥିଲା । ବୈଠକରେ ଗଞ୍ଜାମ ଜିଲ୍ଲାପାଳ ଜିଲ୍ଲାର ସମସ୍ତ ବ୍ଲକ ସ୍ତରୀୟ ଅଧିକାରୀ ମାନଙ୍କୁ ଜଣାଇଥିଲେ ଯେ, ୧୭ ବର୍ଷରୁ ଉର୍ଦ୍ଧ୍ବ ସମସ୍ତ ଯୁବ ବର୍ଗ ଙ୍କ ନାମ ଯେଭଳି ସମ୍ପୃକ୍ତ କରିବା ନିମନ୍ତେ ପଞ୍ଜୀକରଣ କରିବେ ସେଥିନିମନ୍ତେ ଗୁରୁତ୍ଵ ଦେବାକୁ କହିଥିଲେ । ବିଶେଷ କରି ମହାବିଦ୍ୟାଳୟ ମାନଙ୍କରେ ପଢୁଥିବା ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରି ସେମାନେ କିଭଳି ଭୋଟର ତାଲିକାରେ ନାମ ପଞ୍ଜୀକରଣ କରିବେ ସେ ଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଚଳିତ ମାସ ୮ ତାରିଖ ପର୍ଯ୍ୟନ୍ତ ଭୋଟଦାତା ଗଣ ନିଜ ଭୋଟର ତାଲିକା ଯାଞ୍ଚ କରି ସେଥିରେ ରହିଥିବା ତ୍ରୁଟି ଗୁଡିକ ନିର୍ଧାରିତ ଫର୍ମ ପୂରଣ କରି ସଂଶୋଧନ କରିବା ପାଇଁ କୁହାଯାଇଛି । ବିଶେଷ କରି ଭୋଟର ତାଲିକାରେ ଥିବା ତଥ୍ୟ ଗୁଡିକ ଯଦି ଭୁଲ ଥାଏ ସଂଶୋଧନ କରାଇବେ ତେବେ, ଭୋଟର ତାଲିକା ର ସଂଶୋଧନ ପ୍ରକ୍ରିୟା ସଂପୂର୍ଣ୍ଣ ହୋଇପାରିବ ଏବଂ ଚୁଡାନ୍ତ ଭୋଟର ତାଲିକା ପ୍ରକାଶନ ବେଳେ ତାହା ନିର୍ଭୁଲ ଭାବେ ପ୍ରକାଶିତ ହୋଇପାରିବ । ଭୋଟଦାତା ଗଣ www.ganjamnic.in କିମ୍ବା www.ceoodish.nic.in କୁ ଯାଇ ସେମାନଙ୍କ ଆପତ୍ତି ଅଭିଯୋଗ ଗୁଡିକର ତଦାରଖ କରିପାରିବେ କିମ୍ବା ସଂଶୋଧନ କରାଇପାରିବେ । ଚଳିତ ମାସ ୮ ତାରିଖ ପରେ କୋଣସି ଆପତ୍ତି ଅଭିଯୋଗ ଗ୍ରହଣ କରାଯିବ ନାହିଁ । ତେଣୁ ଏଥି ପୂର୍ବରୁ ସଂଶୋଧନ କରାଯିବା ପାଇଁ ଅନୁରୋଧ କରାଯାଇଛି । ୦୪ ତାରିଖ ରବିବାର ଦିନ ସମସ୍ତ ଭୋଟ ଗ୍ରହଣ କେନ୍ଦ୍ର ଗୁଡିକ ଖୋଲାଯାଇ ସ୍ଵତନ୍ତ୍ର ଭୋଟର ସଂଶୋଧନ କାର୍ଯ୍ୟକ୍ରମ ଚାଲିବ । ସେଠାକୁ ଯାଇ ଭୋଟର ଗଣ ନିଜ ନିଜ ଭୋଟର ତାଲିକା ଯାଞ୍ଚ କରିପାରିବେ,ଭୁଲ ଥିବା ତଥ୍ୟ ନିର୍ଧାରିତ ଫର୍ମ ପୂରଣ କରି ସଂଶୋଧନ କରିପାରିବେ ଏବଂ ଫର୍ମ-୬ ପୂରଣ କରି ନିଜ ନାମ ପଞ୍ଜୀକରଣ କରାଇ ପାରିବେ । ଫର୍ମ-୭ ପୂରଣ କରି ଭୋଟର ତାଲିକାରୁ ନିଜ ନାମ ବାଦ କରିପାରିବେ । ଫର୍ମ-୭ ପୂରଣ କରି ନିଜ ନାମ ସଂଶୋଧନ କରିପାରିବେ, ଫର୍ମ-୬(ବି) ପୂରଣ ଭୋଟର ତାଲିକା ସହ ନିଜ ଆଧାର କାର୍ଡ ସଂଯୋଗ କରାଇପାରିବେ । ଏଥି ସକାଶେ ସମସ୍ତ ରାଜନୈତିକ ଦଳର ପ୍ରତିନିଧି ମାନଙ୍କର ସହଯୋଗ କାମନା କରଯାଇଥିଲା ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଖେସ୍,ଆସିଷ୍ଟାନ୍ତ କଲେକକ୍ଟର ପ୍ରମୋଦ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ