ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଆରମ୍ଭ

ସ୍ଥାନୀୟ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟଳୟ ଠାରେ ଭୋଟର ତାଲିକା ସଂଶୋଧନ ନୂତନ ଭୋଟର ନାମ ପଞିକରଣ ଏବଂ ସଂଶୋଧନ ଭୋଟର ତାଲିକାରେ ଚୂଡାନ୍ତ କରଣ କରାଯିବା ନିମନ୍ତେ ଏକ କାର୍ଯ୍ୟକ୍ରମ କରାଯାଇ ଏକ ଭୋଟର ସଚେତନତା ରଥକୁ ସହକାରୀ ଉପଜିଲ୍ଲାପାଳ ତଥା କାର୍ଯ୍ୟନିର୍ବାହୀ ମାଜିଷ୍ଟେ ଶ୍ରୀ ମାଲେଶ୍ୱର ପାତ୍ର ପତାକା ଦେଖାଇ ଶୁଭ ଉଦ୍ଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଉପଖଣ୍ଡ ର ସମସ୍ତ ବ୍ଲକ ପଞ୍ଚୟତ ଏବଂ ଗ୍ରାମର ବୁଥ୍ ସ୍ତରୀୟ ଅଧିକାରୀ ଙ୍କୁ ଏହି କାର୍ଯ୍ୟକ୍ରମରେ ସହଯୋଗ କରିବା ନିମନ୍ତେ ଜନସାଧାରଣଙ୍କୁ ଅନୁରୋଧ କରିବା ସହିତ ଭୋଟର ତାଲିକାରେ ନୂତନ ଭାବେ ପଞ୍ଜିକୃତ ହୋବା ପାଇଁ ୧ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ପ୍ରତି ଗ୍ରାମର ବିଏଲ୍ଓ ଙ୍କୁ ଦରଖାସ୍ତ ମାଧ୍ୟମରେ ଆଗେଦନ କରିପାରିବେ । ଏବଂ ମତଦାତା ଯାଞ୍ଚ କରି ଅଧିକ ଜାଣିବା ପାଇଁ ଭୋଟର ହେଲ୍ ଲାଇନ୍ ନଂ ୧୯୫୦ କୁ ଫୋନ କରିିପାରିବେ ଏବଂ ସମସ୍ତ ମତଦାତା ମାନଙ୍କୁ ଭୋଟର ତାଲିକାରେ ନିଜର ନାମ ଅଛି କି ନାହିଁ ଯାଞ୍ଚ କରି ବୁଥ୍ ସ୍ତରୀୟ ଅଧିକାରୀ ଙ୍କୁ ନିଜର ପରିଚୟପତ୍ର ପ୍ରଦାନ କରି ଆବେଦନ କରିପାରିବେ । ଏହି କାର୍ଯ୍ୟକ୍ରମରେ ଶ୍ରୀଯୁକ୍ତ ବିନୟ କୁମାର ବେହେରା ସହକାରୀ ଉପଜିଲ୍ଲାପାଳ ଙ୍କ ସମେତ ସମସ୍ତ ବିଏଲ୍ଓ କାର୍ଯ୍ୟଳୟର ସମସ୍ତ କର୍ମ କତ୍ତା ଯୋଗଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ