ଭୋଟର ଯାଞ୍ଚ ଅଭିଯାନ ତଦାରଖ
ବନ୍ତ, (ଚାନ୍ଦିନୀ ମହାନ୍ତି) : ଚଳିତ ବର୍ଷ ନଭେମ୍ବର ୧ରୁ ଭୋଟର ଯାଞ୍ଚ ଅଭିଯାନ ଆରମ୍ଭ ହୋଇଛି । ପ୍ରତି ବୁଥରେର ବି.ଏଲ.ଓ ମାନେ କାର୍ଯ୍ୟ ଆରମ୍ଭ କରିଛନ୍ତି । ଏହି ଯାଞ୍ଚରେ ନୂତନ ଭୋଟର ତାଲିକାରେ ନାମ ପଞ୍ଜୀକରଣ, ସଂଶୋଧନ, ବାଦ କରିବା ଆଦି କାର୍ଯ୍ୟ ହେଉଛି । ଭଦ୍ରକ ଜିଲା ବନ୍ତ ବ୍ଲକର ବୁଥ୍ ନଂ-୮୯ ଚାଇଁପୁର ପ୍ରାଥମିକ ବିଦ୍ୟାଳୟ, ବୁଥ ନଂ-୫୯ ରାମ ନାରାୟଣ ପ୍ରାଥମିକ ବିଦ୍ୟାଳୟ, ବୁଥ୍ ନଂ-୫୬ ଆପଣ୍ଡା ମଇ ବିଦ୍ୟାଳୟ, ବୁଥ୍ ନଂ-୫୭ କଟିଣା ପ୍ରାଥମିକ ବିଦ୍ୟାଳୟ, ବୁଥ୍ ନଂ-୫୪ ବସନ୍ତିଆ ପ୍ରାଥମିକ ବିଦ୍ୟାଳୟ, ବୁଥ୍ ନଂ-୫୫ ବସନ୍ତିଆ ମଇ ବିଦ୍ୟାଳୟ, ବୁଥ୍ ନଂ-୯୦ ଚାଇଁପୁର ପ୍ରାଥମିକ ବିଦ୍ୟାଳୟ ଆଦି ତହସିଲଦାର ଅଙ୍କିତା ବାରିକ ପରିଦର୍ଶନ କରି ଭୋଟର ଯାଞ୍ଚ ଅଭିଯାନ ତଦାରଖ କରିଥିଲେ । ସେହିପରି ଅତିରିକ୍ତ ତହସିଲଦାର ବିନିତାରାଣୀ କିସ୍କୁ ବୁଥ୍ ନଂ-୧୧୭ରୁ ୧୩୦ ପରିଦର୍ଶନ କରି ଭୋଟର ଯାଞ୍ଚ ପ୍ରକ୍ରିୟା ତଦାରଖ କରିଥିଲେ ।


