ଭୋଟର ହେବା- ଦେଶ ଗଢିବା ଅଭିଯାନ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ 

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) : ପାରଳାଖେମୁଣ୍ଡି ସ୍ଥିତ ମହିଳା ସ୍ନାତକ ମହିଳା ମହାବିଦ୍ୟାଳୟ ପରିସର’ରେ  ଗଜପତି ଜିଲ୍ଲା ନିର୍ବାଚନ ବିଭାଗ ପକ୍ଷ’ରୁ  ଛାତ୍ରୀ ମାନଙ୍କ ନିମନ୍ତେ “ଭୋଟର ହେବା- ଦେଶ ଗଢିବା” ଅଭିଯାନ ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସର’ରେ ସକାଳେ , ଜିଲ୍ଲା ନିର୍ବାଚନ କାର୍ଯ୍ୟାଳୟ ପରିସର’ରୁ ଏକ ଭୋଟର ସଚେତନତା ଅଭିଯାନ ରଥ  ବାହାରିଥିଲା , ଏହାକୁ ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।ମହାବିଦ୍ୟାଳୟ ଠାରେ ପୂର୍ବାହ୍ନ’ରେ ଅନୁଷ୍ଠିତ ସଚେତନତା କାର୍ଯ୍ୟକ୍ରମ’ରେ ମହାବିଦ୍ୟାଳୟ’ର ଅଧ୍ୟକ୍ଷା ଡ଼ଃ ରୀନା ସାହୁ’ଙ୍କ ଅଧ୍ୟକ୍ଷତା’ରେ  ମତଦାତା ପଞ୍ଜିକରଣ ଅଧିକାରୀ ତଥା ଉପଜିଲ୍ଲାପାଳ ଶ୍ରୀ ଦିଲୀପ କୁମାର ମହାରଣା ଅତିଥି ଭାବେ ଯୋଗଦେଇ ଭୋଟର ତାଲିକା’ର ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ-୨୦୨୨ କାର୍ଯ୍ୟକ୍ରମ ଅବସର’ରେ  ନାମ-ଯାଞ୍ଚ, ସଂଶୋଧନ, ସ୍ଥାନାନ୍ତର, ନୂତନ ଭୋଟର ଭାବେ ଆବେଦନ ପାଇଁ ଉପାୟ , ଭୋଟର ହେଲ୍ପ-ଲାଇନ ନ:-୧୯୫୦ ଏବଂ ତା:- ୧/୧/୨୦୨୨ ରିଖ ସୁଦ୍ଧା ୧୮ ବର୍ଷ ବୟସ କି ତା’ଠାରୁ ଉର୍ଦ୍ଧ୍ବ ହୋଇଥିଲେ ବିଏଲଓ’ ପାଖକୁ ନ ଯାଇ ଘରେ ବସି ଭୋଟର ହେଲ୍ପ-ଲାଇନ ଆପ ଦ୍ୱାରା ନାମ ପଞ୍ଜିକରଣ କରି କିଭଳି ଭୋଟ କାର୍ଡ ମିଳିପାରିବ ସେହି ସବୁ ଉପରେ ବୁଝାଇ ସଚେତନ କରାଇଥିଲେ । କାର୍ଯ୍ୟକ୍ରମ’ରେ ଅନ୍ୟତମ ଅତିଥି ଭାବେ ଜିଲ୍ଲା ନିର୍ବାଚନ ବିଭାଗ ଡେପୁଟି କଲେକ୍ଟର ଶ୍ରୀ ରାଜେନ୍ଦ୍ର ପ୍ରସାଦ ଭୂୟାଁ ଓ ମହାବିଦ୍ୟାଳୟ’ର ଏନଏସଏସ: ଅଧିକାରୀ ଅଧ୍ୟାପିକା ଡ଼ଃ ଭାରତୀ ପାଣିଗ୍ରାହୀ ପ୍ରମୁଖ ଯୋଗଦେଇ ଉପସ୍ଥିତ ଛାତ୍ରୀ ମାନଙ୍କୁ ଏହି ଅଭିଯାନ କାର୍ଯ୍ୟକ୍ରମ’ରେ  ନିଜେ ସାମିଲ ହେବା ସହ ଅନ୍ୟକୁ  ସାମିଲ କରାଇ ” ଭୋଟର ହେବା-ଦେଶ ଗଢିବା” ଅଭିଯାନ’କୁ ସାର୍ଥକ କରିବା ପାଇଁ ଆହ୍ୱାନ ଜଣାଇଥିଲେ ।  ଶେଷ’ରେ ଭୋଟର ହେବା-ଦେଶ ଗଢିବା”  ଅଭିଯାନ’ରେ ମୁଁ ଭୋଟର ହେଲ୍ପ-ଲାଇନ ଆପ” ଡାଉନଲୋଡ଼ କରି ଏହି ଅଭିଯାନ’ରେ ସାମିଲ ହେଲି ” ସମ୍ପର୍କିତ ଏକ ସେଲ୍ଫି-ପଏଣ୍ଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ