ଭୋଟ ତାଲିକା ସ୍ୱତନ୍ତ୍ର ସଂଶୋଧନ କରିବା ଉଦେଶ୍ୟର ସଚେତନତା ପାଇଁ “ପଥ ଉତ୍ସବ ଓ ୱାକଥନ” କାର୍ଯ୍ୟକ୍ରମ ଅନୁଷ୍ଠିତ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):ମୂଖ୍ୟ ନିର୍ବାଚନ ଅଧିକାରୀଙ୍କ ନିର୍ଦେଶ ପ୍ରକାରେ ରାଜ୍ୟରେ ୧୮ ବର୍ଷରୁ ଉର୍ଦ୍ଧ୍ବ ସମସ୍ତ ଜନସାଧାରଣ ନିଜର ଭୋଟର ତାଲିକାଭୁକ୍ତ କରିବା ନିମନ୍ତେ ଏକ ସଚେତନ “ପଥ ଉତ୍ସବ ଓ ୱାକଥାନ “କାର୍ଯ୍ୟକ୍ରମ ସଭା ବାଲିଗୁଡ଼ା ସହରର ତ୍ରିବେଦୀ ପାର୍କ ନିକଟରେ ଅନୁଷ୍ଠିତ ହୋଇ ଯାଇଛି । ଉପଖଣ୍ଡ ଲୋକ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରହଲ୍ଲାଦ ଖୋସ୍ଲl ଙ୍କ ନେତୃତ୍ୱରେ ସହରର ବସଷ୍ଟାଣ୍ଡ ନିକଟସ୍ଥ “ବାଲିଗୁଡ଼ା ସେଲ୍ଫି ଜୋନ” ଠାରୁ ତ୍ରିବେଦୀ ପାର୍କ ପର୍ଯ୍ୟନ୍ତ ଏକ ପଦଯାତ୍ରା ରାଲିକୁ ଉପଜିଲ୍ଲାପାଳ ଏମ.ଏସ.ମଧୁମିତା ପତାକା ଦେଖାଇ ଉଦଘାଟନ କରିଥିଲେ । ପରେ ତ୍ରିବେଦୀ ପାର୍କ ନିକଟରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା ।ଏଥିରେ ମୁଖ୍ୟ ଅତିଥି ଉପଜିଲ୍ଲାପାଳ ଏମ.ଏସ.ମଧୁମିତା ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ଯକ୍ରମ କୁ ଶୁଭ ଉଦଘାଟନ କରିଥିଲେ l ସ୍କୁଲ ଓ କଲେଜ ଛାତ୍ର ଛାତ୍ରୀଙ୍କୁ ନେଇ ଏକ ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରିବା ସହିତ ବାଲିଗୁଡ଼ା ଉପଖଣ୍ଡ ଅଞ୍ଚଳରେ ଥିବା ବିଭିନ୍ନ ସାଂସ୍କୃତିକ କଳା ସଂଗଠନ ଅଂଶ ଗ୍ରହଣ କରିଥିଲା l ଜିଲ୍ଲା ର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ କନ୍ଧମାଳ କଳା ବିକାଶ କେନ୍ଦ୍ର ପକ୍ଷରୁ ଅନୁଷ୍ଠାନ ର ସଂପାଦକ ତଥା ନାଟ୍ୟକାର ପ୍ରମୋଦ ଦଣ୍ଡସେନା ଙ୍କ ରଚିତ ଓ ନିର୍ଦ୍ଦେଶିତ ପଥପ୍ରାନ୍ତ ନାଟକ “ଆମ ଅଧିକାର ” ମଞ୍ଚସ୍ଥ ହୋଇଥିଲା l ଭୋଟର ସଚେତନତା ପର୍ଯ୍ୟବେସିତ ନାଟକ ରେ ମଞ୍ଚ କଳାକାର ଟିକି ଦଣ୍ଡିଆ, ପ୍ରଶାନ୍ତ ସାହୁ, ଦିଲ୍ଲିପ ନାୟକ, ଗୁଣ୍ଡିଚା ପୂଜାରୀ, ଚରଣ ବିନ୍ଧାଣୀ, ଜଗନ୍ନାଥ ବିଷୋୟୀ, ଶ୍ରୀକାନ୍ତ ମଲିକ, କ୍ଷୀରୋଦ ଦଣ୍ଡସେନା ଙ୍କ ଭଳି ବହୁ କଳାକାର ଙ୍କ ନିଖୁଣ ଅଭିନୟ ଉପସ୍ଥିତ ଦର୍ଶକ ଙ୍କୁ ବିମୋହିତ କରିଥିଲା l ବାଲିଗୁଡା ଅଞ୍ଚଳ ର ବହୁ କଳାକାର ଓ ଛାତ୍ର ଛାତ୍ରୀଙ୍କୁ ନେଇ ଝୋଟି, ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l ଏଥିରେ କୃତିତ୍ୱ ଲାଭ କରିଥିବା ପ୍ରତିଯୋଗୀଙ୍କୁ ଉପଜିଲ୍ଲାପାଳ ଦ୍ଵାରା ପୁରସ୍କୃତ କରାଯାଇ ଥିଲା । ଶେଷରେ ଅତିରିକ୍ତ ଉପଜିଲ୍ଲାପାଳ ରୂପକ କୁଜୁର ଏହି କାର୍ଯ୍ୟକ୍ରମର ବିବରଣୀ ପାଠ ସହ ଉପସ୍ଥିତ ଅତିଥି ଓ ଜନସାଧାରଣଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ