ଭୋଟ ଦେଲେ ତିନି ପ୍ରମୁଖ ଦଳର ପ୍ରାର୍ଥୀ

ବିଜେପୁର: ବିଜେପୁରରେ ଉପନିର୍ବାଚନ ପାଇଁ ଜାରି ରହିଛି ମତଦାନ । ମଧ୍ୟାହ୍ନ ୧ଟା ସୁଦ୍ଧା ୩୭ ଦଶମିକ ୧ ପ୍ରତିଶତ ମତଦାନ ହାଇଛି । ଯଦିଓ ଭୋଟ ଦେବା ପାଇଁ ସକାଳୁ ସକାଳୁ ବୁଥମାନଙ୍କରେ ଭିଡ ପରିଲକ୍ଷିତ ହୋଇ ନ ଥିଲା, କିନ୍ତୁ ପରେ ବୁଥକୁ ମତଦାତାଙ୍କ ଭିଡ ବଢ଼ିବାରେ ଲାଗିଥିଲା । ବିଶେଷ କରି ମହିଳା ଭୋଟରମାନଙ୍କ ଭିତରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି, ସେମାନେ ଲମ୍ବା ଲାଇନରେ ଘଣ୍ଟା ଘଣ୍ଟା ଧରି ଛିଡା ହୋଇ ଭୋଟ୍ ଦେଉଛନ୍ତି । ଅନ୍ୟପଟେ ସାଧାରଣ ଭାଟରଙ୍କ ସହିତ ଧାଡ଼ିରେ ଛିଡା ହାଇ ନିଜ ନିଜ ମତଦାନ ସାବ୍ୟସ୍ତ କରୁଛନ୍ତି ଜିଲ୍ଲାର ଜଣାଶୁଣା ନେତା ।
ପ୍ରଥମେ ବିଜେପୁରର ବିଜେଡି ପ୍ରାର୍ଥୀ ରୀତା ସାହୁ ନିଜ ବୁଥରେ ମତଦାନ ସାବ୍ୟସ୍ତ କରିବା ସହ ଗଣତନ୍ତ୍ରର ଏହି ମହାପର୍ବରେ ସାମିଲ ହେବାକୁ ଭାଟରଙ୍କୁ ଆହ୍ୱାନ ଦେଇଥିଲେ । ଏହା ସହିତ ବିଜେପୁରବାସୀ ବିଜେପୁରର ବିକାଶ ପାଇଁ ଭଲ ପ୍ରତିନିଧି ବାଛିବେ ବୋଲି କହିଛନ୍ତିି ବିଜେପୁର ବିଜେଡି ପ୍ରାର୍ଥୀ ରୀତା ସାହୁ । ଏହା ସହିତ ବିଜୟୀ ହେବେ ବୋଲି ଆଶା ରଖିଛନ୍ତି । ସେହିଭଳି ବିଜେପି ପ୍ରାର୍ଥୀ ସନତ ଗଡତିଆ ୧୦୫ ନମ୍ବର ବୁଥରେ ମତଦାନ କରିଛନ୍ତି । କଂଗ୍ରେସ ପ୍ରାର୍ଥୀ ଦିଲ୍ଲୀପ ପଣ୍ଡା ନିଜ ବୁଥରେ ଭୋଟ ଦାନ କରିଛନ୍ତି ।
ବିଜେପୁର ଉପନିର୍ବାଚନରେ ମୋଟ ୨ ଲକ୍ଷ ୩୨ ହଜାର ୫୫ ଜଣ ଭୋଟର ସେମାନଙ୍କ ମତ ଅଧିକାର ସାବ୍ୟସ୍ତ କରୁଛନ୍ତି । ସେମାନଙ୍କ ମଧ୍ୟରେ ୧ଲକ୍ଷ ୧୯ ହଜାର ୯୩୯ ଜଣ ପୁରୁଷ ଓ ୧ ଲକ୍ଷ ୧୨ ହଜାର ୧୦୧ ମହିଳା ଏବଂ ୧୫ ଜଣ ତୃତୀୟ ଲିଙ୍ଗୀ ଭାଟର ଅଛନ୍ତି । ତେବେ ଦିବ୍ୟାଙ୍ଗ ଭାଟରମାନଙ୍କ ପାଇଁ ସ୍‌”ତନ୍ତ୍ର ବ୍ୟବସ୍ଥା କରାଯାଇଛି । ଦିବ୍ୟଙ୍ଗମାନଙ୍କୁ ମତଦାନ କେନ୍ଦ୍ର ଯାଏଁ ଆଣିବା ପାଇଁ ମାଟ ୨୩୨୧ଟି ଗାଡିର ବ୍ୟବସ୍ଥା କରାଯାଇଛି । ଭାଟ କେନ୍ଦ୍ର ଗୁଡିକରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ୨୮ଟି ବୁଥରେ “ବେକାଷ୍ଟିଂ, ୧୪ଟି ବୁଥରେ ସିସିଟିଭି, ୧୬ଟି ବୁଥରେ ମତାଦାନର ଭିଡିଓଗ୍ରାଫି କରାଯାଉଛି । ବିଜେଡିର ରୀତା ସାହୁ, ବିଜେପିର ସନତ ଗ?ତିଆ ନା’ କଂଗ୍ରେସର ଦିଲ୍ଲୀପ ପଣ୍ଡା କାହାକୁ ଭରସା କରିବେ ଲାକେ ? ଏହି ଆସନ ବିଜେଡି ପାଇଁ ସମ୍ମାନର ପ୍ରଶ୍ନ ହାଇଥିବା ବେଳେ ଏହାକୁ କବଜା କରିବା ପାଇଁ ଲାଗିପଡିଛନ୍ତି ବିଜେପି ଓ କଂଗ୍ରେସ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ