ଭୋଟ ପାଇଁ ପୁଲିସ ପ୍ରଶାସନର ସଜବାଜ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :-ଭଣ୍ଡାରିପୋଖରୀ ଥାନା ପକ୍ଷରୁ ୧୮ତାରିଖରେ ଅନୁଷ୍ଠିତ ହେବାକୁ ଥିବା ପଞ୍ଚାୟତ ନିର୍ବାଚନ ପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ୩୧୬ଗୋଟି ବୁଥ ପାଇଁ ଜିଲ୍ଲା ସ୍ତରରୁ ଆରମ୍ଭ କରି ଥାନା ଯାଏଁ ପ୍ରାୟ୫୦ଜଣ ପୁଲିସ ଅଧିକାରୀ ନିୟୋଜିତ ହୋଇଥିବା ବେଳେ ୧୫ପ୍ଲାଟୁନ ଫୋର୍ସ ବିଭିନ୍ନ ଭୋଟ କେନ୍ଦ୍ରକୁ ପଠାଯାଇଛି । ଥାନା ଅଧିନ ସରସଦା, ରହଣିଆ, ମାଳଦା, ଷୋଳମପୁର, ମଞ୍ଜୁରୀରୋଡ଼, କୁଲଣା ପ୍ରମୁଖ ଅଞ୍ଚଳରେ ଘନ ଘନ ପୁଲିସ ପଇଁତରା ମାରୁଥିବା ଜଣାପଡିଛି। କେତେକ ଜାଗାରେ ଭୋଟ ପାଇଁ ଚାପା ଉତ୍ତେଜନା ଲାଗିରହିଥିବାରୁ ପୁଲିସ ଅଧିକାରୀ ମାନେ ଏହା ଉପରେ ତୀକ୍ଷ୍ଣ ନଜର ମଧ୍ୟ ରଖିଛନ୍ତି। ନିର୍ବାଚନ ସରିଲା ପରେ ଭୋଟ ବାକ୍ସ ଗୁଡିକୁ ଭଣ୍ଡାରିପୋଖରୀ କନିଷ୍ଠ ମହାବିଦ୍ୟାଳୟ ଠାରେ ରଖିବା ପାଇଁ ବ୍ୟବସ୍ଥା ହୋଇଥିବା ବେଳେ ସେଠାରେ ମଧ୍ୟ ଆଜି ଠାରୁ ୩ ଥାକିଆ ପୁଲିସ ସୁରକ୍ଷା ବ୍ୟବସ୍ଥା ଆରମ୍ଭ ହୋଇଛି । ସ୍ୱତନ୍ତ୍ର ଗୁଇନ୍ଦା ପୁଲିସ ଅଧିକାରୀ ମାନେ କିଛି ଉତ୍ତେଜନା ପ୍ରବଣ ଅଂଚଳ ଖବର ସଂଗ୍ରହ କରୁଥିବା ବେଳେ ଥାନା ପକ୍ଷରୁ ନେପଥ୍ୟ ସିସିଟିଭିର ମଧ୍ୟ ବ୍ୟବସ୍ଥା ହୋଇଛି । ମୋଟାମୋଟି ଭାବେ ଆସନ୍ତା ଶୁକ୍ରବାର ସକାଳ ୭ଘଟିକା ଠାରୁ ଦିନ ୧ଟା ଯାଏଁ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ଶାନ୍ତିଶୃଙ୍ଖଳା ଭୋଟ ପାଇଁ ପୁଲିସ ପକ୍ଷରୁ ସମସ୍ତ ବ୍ୟବସ୍ଥା ସରିଛି ।