ଭୋଦର ଓ ପୋଡ଼ପୋଡ଼ା ଠାରେ କାଳୀପୂଜା ଅନୁଷ୍ଠିତ

ନିମାପଡ଼ା, (ସନ୍ତୋଷ ଦାଶ):ନିମାପଡ଼ା ଥାନା ଚାରିଛକ ନିକଟସ୍ଥ ଭୋଦର ଗ୍ରାମରେ ଓ ନିକଟସ୍ଥ ରତନପୁର ର ପୋଡ଼ ପଡା ର ମା କାଳୀ ଙ୍କ ପୀଠରେ ମା ଙ୍କ ପୂଜା ମହା ସମାରୋହରେ ପାଳିତ ହୋଇଯାଇଛି ।ବର୍ଷ ସାରା ଏହି ପୀଠ ମାନଙ୍କରେ ପଟ୍ଟି ପୂଜା ହୋଇଥାଏ ।ମା ଙ୍କ ପୂଜାର୍ଚ୍ଚନା ଓ ଦର୍ଶନ ନିମନ୍ତେ ଲକ୍ଷାଧିକ ଭକ୍ତ ଓ ଶ୍ରଦ୍ଧାଳୁ ସମାଗମ ହୋଇଥିଲା ।ଗତ ଦୁଇ ବର୍ଷ ଧରି ପ୍ରଶାସନ ତରଫରୁ କରୋନା କଟକଣା ଯୋଗୁ ଶ୍ରଦ୍ଧାଳୁ ମାନେ ମା ଙ୍କ ଦର୍ଶନ କରି ପାରି ନଥିଲେ ।ମାତ୍ର ମା ଙ୍କ ପୂଜା ପାରମ୍ପରିକ ରୀତିରେ ଅନୁଷ୍ଠିତ ହୋଇଥିଲା ।ତେବେ ଚଳିତ ବର୍ଷ କୌଣସି କଟକଣା ନ ଥିବାରୁ ମା ଙ୍କ ପୀଠ ମାନଙ୍କରେ ପୂଜା ମହା ସମାରୋହରେ ପାଳିତ ହୋଇଛି ।ଚଳିତ କାର୍ତ୍ତିକ ମାସ କୃଷ୍ଣପକ୍ଷ ଦ୍ଵିତୀୟା ତିଥିରେ ମା ଙ୍କ ମୃଣ୍ମୟୀ ମୂର୍ତ୍ତି ନିର୍ମାଣ ନିମନ୍ତେ ମାଟି ଅନୁକୂଳ ହୋଇଥିଲା ।୨୪ତାରିଖ ଅର୍ଦ୍ଧରାତ୍ର ରେ ଘଟ ସ୍ଥାପନ, ଘଟ ପୂଜା, ସଂସ୍କାର ,ଚକ୍ଷୁଦାନ, କୁଷ୍ମାଣ୍ଡ ବଳି , ଜୀବନ୍ୟାସ ,ଷୋଡ଼ଶ ଉପଚାର ପୂଜା ବିଧି , କୋଠ ଭୋଗ ,କୋଟି ଯୋଗିନୀ ପୂଜା ,ବଳି,ବଳି ଧୂପ ,ବଡ଼ ସିଂହାର ବେଶ ,ପହୁଡ଼ ,ଶାନ୍ତି ହୋମ ,ପୀଠ ବିସର୍ଜନ ଅନୁଷ୍ଠିତ ହୋଇଥିଲା। ଆଜି ସୂର୍ଯ୍ୟ ପରାଗ ଯୋଗୁଁ ଭକ୍ତ ମାନେ ଦିନ ସାରା ବାହାରୁ ଦର୍ଶନ କରିଥିଲେ । ପରାଗ ମୋକ୍ଷ ପରେ ସନ୍ଧ୍ୟା ୬ ଟା ପରଠାରୁ ସାହାଣ ମେଳା ଦର୍ଶନ ଆରମ୍ଭ ହୋଇଥିଲା ।ଭକ୍ତ ଙ୍କ ଗହଳି କୁ ଆଖି ଆଗରେ ରଖି ଭୋଦର ଠାରେ ଚାରି ଛକ ଫାଣ୍ଡି ପକ୍ଷରୁ ଓ ରତନପୁର ପୋଡ଼ପଡା ଠାରେ ନିଆଳି ଥାନା ପକ୍ଷ ରୁ ବ୍ୟାପକ ପୋଲିସ ମୃତୟନ୍ କରାଯାଇଛି । ଭକ୍ତ ମାନେ ଯେପରି ମା ଙ୍କୁ ଦର୍ଶନ କରି ଶାନ୍ତି ଶୃଙ୍ଖଳାର ସହ ଯିବେ ସେଥିଲାଗି ଗ୍ରାମବାସୀ ମାନେ ମନ୍ଦିର ପୂଜକ ପରିବାର କୁ ସହଯୋଗ କରିଥିଲେ। ଭୋଦର ଠାରେ ଘୋଷାଲ ପରିବାର ଓ ପୋଡ଼ପଡା ଠାରେ ମୁଖାର୍ଜୀ ପରିବାର ପକ୍ଷ ରୁ ମା ଙ୍କ ପୂଜା ନୀତି ଅନୁଷ୍ଠିତ କରଯାଇଥିଲା। ଭକ୍ତମାନେ ମାନସିକ କରି ବଳି ଲାଗି ଆଣିଥିବା ଛେଳି ଓ ମେଣ୍ଢା ମାନଙ୍କୁ ମା ଙ୍କୁ ସମର୍ପଣ କରାଯାଇ ଭକ୍ତ ମାନଙ୍କୁ ଦିଆ ଯାଇଥିଲା । ବୁଧବାର ଦିନ ଉଭୟ ସ୍ଥାନ ରେ ମା କାଳୀ ଙ୍କ ଭସାଣୀ ଉତ୍ସବ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ