ଭୋଦର ଗ୍ରାମରେ ଅଷ୍ଟମପ୍ରହର ନାମଯଜ୍ଞ ଅନୁଷ୍ଠିତ

ନିମାପଡା,(ସନ୍ତୋଷ କୁମାର ଦାଶ):ପୁରୀ ଜିଲ୍ଲା ଚାରିଛକ ନିକଟସ୍ଥ ଭୋଦର ଗ୍ରାମରେ ପ୍ରତିବର୍ଷ ପରି ଚଳିତ ବର୍ଷ ଅଷ୍ଟମ ପ୍ରହର ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି ।ଏହି ଅଷ୍ଟ ପ୍ରହର ପାଇଁ ଅଧିବାସ ଦିନ ନିତି ନିୟମ ଅନୁସାରେ ନାମ କୀର୍ତ୍ତନ କରି ଏକ ଶୋଭାଯାତ୍ରା ରେ କଳସ ପାଣି ଆଣି କୁଞ୍ଜରେ ସ୍ଥାପନ କରା ଯାଇଥିଲା। ରାଧା ମାଧବ ଜୀଉ ଙ୍କ ମନ୍ଦିର ପ୍ରାଙ୍ଗଣରେ ଗ୍ରାମବାସୀ ଙ୍କ ଦ୍ଵାରା ଆୟୋଜିତ ଅଷ୍ଟମ ପ୍ରହର ନାମ ଯଜ୍ଞ ରେ ଦଶ ରୁ ଉର୍ଦ୍ଧ ସୁନାମ ଧନ୍ୟ ସଙ୍କୀର୍ତ୍ତନ ମଣ୍ଡଳୀ ଯୋଗ ଦେଇଥିଲେ। ।ଏହି କାର୍ଯ୍ୟକ୍ରମରେ କର୍ତ୍ତା ଭାବେ ଦେବ ପ୍ରସାଦ ଦାସ ଯୋଗ ଦେଇଥିବା ବେଳେ ନିକଟସ୍ଥ କଡକିଆ ପୁଷ୍କରିଣୀ ରୁ କଳସିଆ ମାନେ ଜଳ କଳସ ଆଣି ପୂଜା ମଣ୍ଡପ ରେ ସ୍ଥାପନ କରିଥିଲେ ।ପରେ ପୂଜକ ପ୍ରଭାତ ଘୋଷାଲ ଓ ସାଥି ମାନଙ୍କ ଦ୍ଵାରା ପୂଜା କାର୍ଯ୍ୟ ଆରମ୍ଭ କରାଯାଇଥିଲା । ବାଲୁଙ୍କ ଗ୍ରାମର ମହିଳା ସଙ୍କୀର୍ତ୍ତନ ମଣ୍ଡଳୀ ଓ କାକଟପୁର ର ବାଳକ ସଙ୍କୀର୍ତ୍ତନ ମଣ୍ଡଳୀ ଙ୍କ ଦ୍ଵାରା ପରିବେଷଣ ନାମ ସଙ୍କୀର୍ତ୍ତନ ଅତି ଉଚ୍ଚ କୋଟିର ହୋଇଥିଲା ।ଗ୍ରାମର ସମସ୍ତେ ଦିନ ରାତି ଉପସ୍ଥିତ ରହି ଅଷ୍ଟମ ପ୍ରହର ନାମ ଯଜ୍ଞ କୁ ଉପଭୋଗ କରିଥିଲେ। କାହିଁ କେତେ ବର୍ଷ ତଳୁ ଏହି ପରମ୍ପରା ଲାଗି ରହିଛି ବୋଲି ଗ୍ରାମ ର ଆର୍ତ୍ତ ସାହୁ ,ଚନ୍ଦ୍ରକାନ୍ତ ଦଳାଇ, ନିଲୁ ସିନ୍ନା,ଫାଲଗୁନୀ ରାୟ ଚୂଡ଼ାମଣି ,ଧିରେନ୍ ଦାସ, ମିଟୁ ମିତ୍ର, ସିଦିଆ ସାହୁ ,ଗଦାଧର ଦାସ ପ୍ରମୁଖ ସୂଚନା ଦେଇଛନ୍ତି । ଏହି ଅଷ୍ଟ ପ୍ରହରୀ କାର୍ଯ୍ୟକ୍ରମ ରେ ଭୋଦର ଗ୍ରାମର ଗ୍ରାମବାସୀମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ