ଭୋପାଳରୁ ଲଢ଼ିବେ ଦିଗବିଜୟ

କଂଗ୍ରେସର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗ୍ବିଜୟ ସିଂହ ଏଥର ଭୋପାଳ ଲୋକସଭା ଆସନରୁ ନିର୍ବାଚନ ଲଢ଼ିବା ନିଶ୍ଚିତ ହୋଇଯାଇଛି । ଅନ୍ୟତମ ବରିଷ୍ଠ କଂଗ୍ରେସ ନେତା ତଥା ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଳନାଥ ଦିଜବିଜୟ ସିଂଙ୍କୁ ଲୋକସଭା ନିର୍ବାଚନ ପାଇଁ ସବୁଠାରୁ କଠିନ ସିଟ୍ ଭୋପାଳରୁ ନିର୍ବାଚନ ଲଢିବା ପାଇଁ ଚ୍ୟାଲେଞ୍ଜ୍ ଦେବାର ୪ଦିନ ମଧ୍ୟରେ ଦିଗବିଜୟ ଏହାକୁ ଗ୍ରହଣପୂର୍ବକ ଏହି ଆସନରୁ ନିର୍ବାଚନ ଲଢ଼ିବାକୁ ଘୋଷଣା କରିଛନ୍ତି । କ୍ଷମତାରୁ ଯିବାପରେ ସେ ଆଗାମୀ ୧୦ବର୍ଷ ପର୍ଯ୍ୟନ୍ତ ନିର୍ବାଚନ ଲଢିବେ ନାହିଁ ବୋଲି ଘୋଷଣା କରିଥିଲେ । ଶେଷଥର ପାଇଁ ୨ଠଠ୩ରେ ସେ ବିଧାନସଭା ନିର୍ବାଚନ ଲଢିଥିଲେ । ଦୀର୍ଘ ୧୬ବର୍ଷ ପରେ ସେ ପୁଣିଥରେ ନିର୍ବାଚନୀ ମୈଦାନକୁ ଓହ୍ଲାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ