ଭୋପାଳରେ ପହଞ୍ଚିଲେ କଂଗ୍ରେସ ବିଧାୟକ: ଆସନ୍ତାକାଲି ହୋଇପାରେ ଫ୍ଲୋର ଟେଷ୍ଟ

ଭୋପାଳ: ଚାରିଜଣ ସ୍ଵାଧୀନ ବିଧାୟକଙ୍କ ସହ ମୋଟ ୯୪ ଜଣ କଂଗ୍ରେସ ବିଧାୟକ ଆଜି ଜୟପୁରରୁ ଭୋପାଳ ବିମାନବନ୍ଦରରେ ପହଞ୍ଚିଛନ୍ତି। ସେଠାରୁ ସେମାନଙ୍କୁ ଚାରିଟି ବିଳାସପୂର୍ଣ୍ଣ କୋଚରେ ଏକ ହୋଟେଲକୁ ନିଆଯାଇଛି। ଏହି ହୋଟେଲଟି ବିଧାନସଭା ଠାରୁ ପ୍ରାୟ ତିନି କିଲୋମିଟର ଦୂରରେ ଅବସ୍ଥିତ। ଅପରପକ୍ଷରେ ଇସ୍ତଫା ଗ୍ରହଣ କରାଯାଇଥିବା ୬ ଜଣ ବିଧାୟକଙ୍କ ସମେତ ୨୨ଜଣ ବିଦ୍ରୋହୀ ବିଧାୟକ ଆଜି ଅପରାହ୍ନରେ ଭୋପାଳ ଫେରିବେ ବୋଲି ଆଶା କରାଯାଉଛି। ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟପାଳ ଲାଲଜୀ ଟଣ୍ଡନଙ୍କ ନିର୍ଦ୍ଦେଶ ପରେ କମଲ ନାଥ ସରକାରଙ୍କୁ ସୋମବାର ଦିନ ଅନାସ୍ଥା ପ୍ରସ୍ତାବର ସାମ୍ନା କରିବାକୁ ପଡ଼ିବ। ଉଭୟ ବିଜେପି ଏବଂ କଂଗ୍ରେସ ସଂଖ୍ୟାଗରିଷ୍ଠତା ହାସଲ ପାଇଁ ସଂପୂର୍ଣ୍ଣ ଜୋର ଲଗାଇଛନ୍ତି। କମଲ ନାଥ ନିଜର ଆସନ ସୁରକ୍ଷିତ ରଖିପାରୁଛନ୍ତି ନା ଶିବରାଜ ପୁଣି ନୂତନ ସରକାର ଗଢୁଛନ୍ତି ଆସନ୍ତା କାଲି ଫ୍ଲୋର ଟେଷ୍ଟ ପରେ ସ୍ପଷ୍ଟ ହେବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ