ଭୋପାଳରେ ୮ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ କଲେ ୨ ନାବାଳକ
ଭୋପାଳ ମଧ୍ୟପ୍ରଦେଶ ରେ ଥମିବାର ନା ଧରୁନାହିଁ ଗଣଦୁଷ୍କର୍ମ । ଗତ କିଛି ଦିନ ମଧ୍ୟରେ ବାରମ୍ଭାର ନାବାଳିକା ମାନେ ଗଣଦୁଷ୍କର୍ମ ଶୀକାର ହେଉଥିବାର ନଜିର ରହିଛି । ସତେ ଯେମିତି ମନେ ହେଉଛି ଅଭିଯୁକ୍ତ ମାନଙ୍କର ସରକାର କିମ୍ଭା ଦେଶର ଆଇନ କାନୁନ ର ଦଣ୍ଡବିଧାନ ପ୍ରତି ଟିକିଏ ବି ଖାତିର ନାହିଁ । ଗୋଟିଏ ପରେ ଗୋଟିଏ ଘଟାଉଛନ୍ତି ଅପରାଧ । କେନ୍ଦ୍ର ସରକାର ତରଫରୁ ମଧ୍ୟ ଅଭିଯୁକ୍ତ ମାନଙ୍କ ପାଇଁ କଠୋର ଦଣ୍ଡ ବିଧାନ ନିୟମ କରାଯାଉଛି କିନ୍ତୁ ଅଭିଯୁକ୍ତ ମାନଙ୍କର ଆଇନ କାନୁନର ଦଣ୍ଡକୁ ଟିକିଏ ମଧ୍ୟ ଭୁକ୍ଷେପ ନକରି ଅପରାଧୀ ମାନେ ଗୋଟିଏ ପରେ ଗୋଟିଏ ଅପରାଧ ଘଟାଉଛନ୍ତି । ସୂଚନା ଅନୁଯାୟୀ ଗତ କିଛି ଦିନ ତଳେ ମଧ୍ୟପ୍ରଦେଶର ସିଙ୍ଗରୋଲଠାରେ ଜଣେ ୮ ବର୍ଷର ନାବାଳିକା ସହ ଦୁଷ୍କର୍ମ ହୋଇଥିବାର ଅଭିଯୋଗ ହୋଇଥିଲା । ଅଭିଯୋଗ ଆଧାରରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣାପଡିଥିଲା । ଗତ ମଙ୍ଗଳବାର ଦିନ ଜଣେ ନାବାଳିକା ନିଜ ଗ୍ାଁ ପୋଖରିରେ ଗାଧୋଉଥିବା ସମୟରେ ଜଣେ ୧୫ ବର୍ଷର ନାବାଳକ ଓ ଜଣେ ୧୬ ବର୍ଷର ନାବାଳକ ମିଶି ନାବାଳିକା ଜଣକୁ ନରୋଳା ସ୍ଥାନକୁ ନେଇ ଗଣଦୁଷ୍କର୍ମ କରିଥିଲେ । ନାବାଳିକା ଜଣକ ଘରକୁ ଫେରିଥିଲେ । କିନ୍ତୁ ତାଙ୍କର ଶରୀରରେ ରକ୍ତ ବୋହିଥିଲା । ପରିବାରକୁ ସେ କିଛି କହିପାରିନଥିଲେ । ଏହା ପରେ ଅସୁସ୍ଥ ନାବାଳିକାଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତିକରାଯାଇଥିଲା ।ଡାକ୍ତର ପାଖରେ ପହଞ୍ଚି ଡାକ୍ତରଙ୍କୁ ନାବାଳିକା ଜଣକ ତା ପ୍ରତି ଘଟିଥିବା ଲୋମଟାଙ୍କୁରା ଘଟଣା ଗୁଡିକ ବର୍ଣ୍ଣନା କରି୍ଥିôôଲା । ଏହା ପରେ ପରିବାର ପକ୍ଷରୁ ନିକଟସ୍ଥ ଥାନାରେ ମାମଲା ରୁଜୁ କରାଯାଇଥିଲା ।ଅଭିଯୋଗ ଆଧାରରେ ପୋଲିସ ୨ ନାବାଳକ ଙ୍କୁୂ ଗିରଫ କରିଛି ।