ଭ୍ରଷ୍ଟାଚାର ନିବାରଣ ସଂସ୍ଥାର ଅଧିବେଶନ
ଭୁବନେଶ୍ୱର,( ଯୁଗାବ୍ଦ ନ୍ୟୁଜ) : ଭୁବନେଶ୍ୱରସ୍ଥିତ ପାନ୍ଥନିବାସଠାରେ ଭାରତୀୟ ଭ୍ରଷ୍ଟାଚାର ନିବାରଣ ସଂସ୍ଥାର ପରିବର୍ତ୍ତିତ କାର୍ଯ୍ୟକାରୀ କମିଟିର ପୁରୀ ଜିଲ୍ଲାର କର୍ମକର୍ତ୍ତାମାନଙ୍କର ନିଯୁକ୍ତି ସମ୍ପର୍କରେ ଘୋଷଣା କରାଗଲା । ଶ୍ରୀମତୀ ଦୀନମଣି ଦେବୀ ସଭାନେତ୍ରୀ, ଶ୍ରୀଯୁକ୍ତ ଚିତ୍ତରଞ୍ଜନ ମିଶ୍ର ଉପସଭାପତି, ଶ୍ରୀଯୁକ୍ତ ବିଷ୍ଣୁପ୍ରସାଦ ମହାପାତ୍ର ଜିଲ୍ଲା ସମ୍ପାଦକ, ଶ୍ରୀମତୀ ମଧୁଛନ୍ଦା ଷଡ଼ଙ୍ଗୀ ସହ ସମ୍ପାଦକ ଏବଂ ଶ୍ରୀଯୁକ୍ତ ସୁଦର୍ଶନ ପଲାଇ କୋଷାଧ୍ୟକ୍ଷ ଭାବେ ଘୋଷଣା କରାଗଲା । ଉକ୍ତ ସଭାରେ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଡ଼ଃ ବିପିନ ବହାରୀ ମିଶ୍ର ମୁଖ୍ୟଭାବେ ସଭା କାର୍ଯ୍ୟ କରାଇଥିଲେ । ଉକ୍ତ ସଭାରେ ଉପସ୍ଥିତ ଥିବା ଦୀନମଣି ଦେବୀ ଓ ଅନ୍ୟାନ୍ୟ ସମସ୍ତ ନିର୍ବାଚିତ ସଭ୍ୟମାନେ ଉପସ୍ଥିତ ଥିଲେ । ତତ୍ସହିତ ରାଜ୍ୟ ସାଧାରଣ ସମ୍ପାଦକ ଇଂ ବିପିନ ବହାରୀ ନାୟକ, ଉପସଭାପତି ଶ୍ରୀ ପରୀକ୍ଷିତ ଜେନା ରାଜ୍ୟ କୋଅର୍ଡ଼ିନେଟର, ବାଳକୃଷ୍ଣ ରାଉତ, ଶ୍ୟାମସୁନ୍ଦର ମହାନ୍ତି ଉପସ୍ଥିତ ଥିଲେ । ଭାରତୀ ଭ୍ରଷ୍ଟାଚାର ନିବାରଣ ସଂସ୍ଥାର ଅର୍ନ୍ତିହିତ ଲକ୍ଷ୍ୟ ୁପରେ ବିଶେଷ ଭାବରେ ଆଲୋଚନା ହୋଇଥିଲା । ରାଜ୍ୟ ସାଧାରଣ ସମ୍ପାଦକ ଇଂ ବିିପିନ ବିହାରୀ ନାୟକ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।


