ଭ୍ରାମ୍ୟମାଣ ରକ୍ତଦାନ ଶିବିର

ହିଞ୍ଜିଳିକାଟୁ,(ୱାଇଏନଏସ):ଦକ୍ଷିଣ ଓଡ଼ିଶାର ପ୍ରାଣକେନ୍ଦ୍ର ଗଂଜାମ ଜିଲ୍ଲା ବ୍ରହ୍ମପୁର ରକ୍ତ ଭଣ୍ଡାରରେ ରକ୍ତର ଅଭାବ ପରିଲିକ୍ଷିତ ହୋଇଛି । ଏହି ପରିପ୍ରେକ୍ଷୀରେ ହିଞ୍ଜିଳିକାଟୁ ପୌର ପରିଷଦ କାର୍ଯ୍ୟାଳୟ ପକ୍ଷରୁ ରବିବାର ଏକ ଭ୍ରାମ୍ୟମାଣ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମକୁ ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ ଓ ପୌରପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ. ମନୋରଂଜନ ସାହୁ ପ୍ରଥମେ ସ୍ୱେଛାକୃତ ଭାବେ ରକ୍ତ ଦାନ କରି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ । ଆୟୋଜିତ ଶିବିରରେ ମୋଟ ୨୩ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା । ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଙ୍କ ନିର୍ଦ୍ଦେଶକ୍ରମେ ଏକ ଭ୍ରାମ୍ୟମାଣ ରକ୍ତ ସଂଗ୍ରହ ଯାନ ରବିବାର ହିଞ୍ଜିଳିକାଟୁ ପୌର କାର୍ଯ୍ୟାଳୟରେ ପଂହଚିବା ପରେ ଶିବିରର ଶୁଭାରମ୍ଭ କରାଯାଇଥିଲା । ସ୍ୱେଛାକୃ୍‌ତ ଭାବେ ବହୁ ରକ୍ତଦାତା ରକ୍ତଦାନ କରିବା ପାଇଁ ପ୍ରସ୍ତୁତ ହୋଇଥିବା ବେଳେ ସଂପୃକ୍ତ ଭ୍ରାମ୍ୟମାଣ ରକ୍ତ ସଂଗ୍ରହ ଯାନରେ ଷ୍ଟୋରେଜ କେପାସିଟି ଅଭାବ ରହିଥିବାରୁ ମାତ୍ର ୨୩ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା । ଫଳରେ ବହୁ ରକ୍ତଦାତାଙ୍କମଧ୍ୟରେ ଅସନ୍ତୋଷ ଭାବ ପ୍ରକାଶ ପାଇଥିଲା । ପୌର ପରିଷଦର ନିର୍ବାହୀ ଅଧିକାରୀ ଡ଼ଃ. ସାହୁ ଆସନ୍ତା ୧୫ ଦିନ ପରେ ପୁଣି ଏକ ରକ୍ତଦାନ ଶିବିର ଆୟୋଜନ କରାଯିବ ବୋଲି କହିଥିଲେ । ଆୟୋଜିତ ଶିବିରରେ ମୁଖ୍ୟମନ୍ତ୍ରୀଙ୍କ ପୌରାଂଚଳ ପ୍ରତିନିଧି ସଞ୍ଜୟ କୁମାର ପଣ୍ଡା, ନଗର ବିଜେଡ଼ି ସଭାପତି ଭୀମସେନ ବେହେରା, ପୂର୍ବତନ ପୌର ଉପାଧ୍ୟକ୍ଷ ସୁବାଷ ଚନ୍ଦ୍ର ପୋଲାଇ, ପୂର୍ବତନ ନଗରପାଳ ଶିବରାମ ଗୌଡ଼, ପୂର୍ବତନ ଉପନଗରପାଳ ପବିତ୍ର ମୋହନ ପାଣିଗ୍ରାହୀ, ଆସିକା ସାଂସଦଙ୍କ ବ୍ୟକ୍ତଗତ ସହାୟକ ନିଳମଣି ପଟ୍ଟନାୟକ, ତହସିଲଦାର ଗୋପିନାଥ କୁଅଁର, ବିଡ଼ିଓ ପ୍ରସନ କୁମାର ପାତ୍ର, କନିଷ୍ଠ ଯନ୍ତ୍ରୀ ମାନସ ରଂଜନ ଦାଶ, ଦିଲ୍ଲିପ କୁମାର ମିଶ୍ର, ଯୁବ ବିଜେଡ଼ି ସମ୍ପାଦକ ପ୍ୟାରୀ ମୋହନ ପାଢିଙ୍କ ସମେତ ବହୁ ବିଜୁ ଯୁବ ବାହୀନି ସଦସ୍ୟ ଉପସ୍ଥିତ ଥିଲେ । ବ୍ରହ୍ମପୁର ରକ୍ତ ଭଣ୍ଡାରର ଡ଼ାକ୍ତର ସୁଶାନ୍ତ ପାଣିଗ୍ରାହୀ ଓ କର୍ମଚାରୀ ରକ୍ତ ସଂଗ୍ରହ କାର୍ଯ୍ୟରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ