ଭ୍ୟୌମ ଏକାଦେଶୀ ପାଇଁ ମାଧବ ମନ୍ଦିର ଉତ୍ସବ ମୁଖର

ନିମାପଡ଼ା, (ସନ୍ତୋଷ ଦାଶ):ରାତି ପାହିଲେ ମାଘ ମାସ ଏକାଦେଶୀ ଯାହା ଭ୍ୟୌମ ଏକାଦେଶୀ ନାମ ରେ ପରିଚିତ।ପ୍ରାଚୀ ଉପତ୍ୟକା ର ପ୍ରସିଦ୍ଧ ମାଧବ ଗ୍ରାମ ରେ ପୂଜା ପାଇ ଆସୁଥିବା ପ୍ରଭୁମାଧବାନନ୍ଦ ଜିୟୁ ଙ୍କ ପ୍ରତିଷ୍ଠା ଦିବସ।ଏଥିପାଇଁ ମାଧବ ମନ୍ଦିର ଉତ୍ସବ ମୁଖର ହୋଇପଡିଛି। ମାଧବ ମନ୍ଦିରକୁ ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କର ମାମୁଁ ଘର ବୋଲି କୁହାଯାଇଥାଏ। ଲୋକ କଥା ରହିଛି ଯେ, ଦ୍ଵାପର ଯୁଗରୁ ପ୍ରଭୁ ମାଧବ ଏଠାରେ ପୂଜା ପାଇ ଆସୁଛନ୍ତି। ପାଣ୍ଡବ ମାନେ ବନବାସ ସମୟରେ ପ୍ରାଚୀ ଉପତ୍ୟକା ଭ୍ରମଣ କରିଥିବା ପ୍ରାଚୀ ମାହାତ୍ମ୍ୟ ରେ ବର୍ଣ୍ଣିତ ହୋଇଛି। ପାଣ୍ତବ ମାନେ ବୁଲି ବୁଲି ଆସି ମାଧବ ଠାରେ ପହଞ୍ଚିଥିଲେ। ପ୍ରତିଦିନ ପ୍ରାତଃ ରେ ଶ୍ରୀ ବିଷ୍ଣୁ (ନାରାୟଣ)ଙ୍କୁ ପୂଜା କରିବାପରେ ଜ୍ୟେଷ୍ଠ ପାଣ୍ଡବ ଯୁଧିଷ୍ଠିର ଭୋଜନ ଗ୍ରହଣ କରୁଥିଲେ। ମାଧବ ଠାରେ ରାତ୍ରୀଯାପନ କରିବାରେ ସକାଳୁ କେଉଁଠି ନାରାୟଣ ପୂଜା ପାଉଛନ୍ତି ସେ ସମ୍ପର୍କ ରେ ଜଣାଇବାକୁ ଯୁଧିଷ୍ଠିର ନକୁଳ ଓ ସହଦେବ ଙ୍କୁ କହିଥିଲେ।ଦୁଇ ଭାଇ ସାଧନା କରି ଜାଣିବାକୁ ପାଇଲେ ଯେ, ଗୋଟିଏ ଅସୁର ସ୍ୱର୍ଗ ରୁ ସୁନ୍ଦର ବିଷ୍ଣୁ (ନାରାୟଣ) ମୂର୍ତ୍ତି ଟିଏ ଚୋରାଇ ଆଣି ମାଧବ ଗ୍ରାମ ର ଆହାର ପୋଖରୀ ଗଣ୍ଡ ରେ ଲୁଚାଇ ରଖି ପୂଜା କରୁଛି। ଏ ସଂପର୍କ ରେ ଜାଣିବାପରେ ଯୁଧିଷ୍ଠିର ମଧ୍ୟମ ପାଣ୍ଡବ ଭୀମ ଙ୍କୁ ଉକ୍ତ ବିଷ୍ଣୁ (ନାରାୟଣ) ମୂର୍ତ୍ତି କୁ ଅସୁରଠାରୁ ଉଦ୍ଧାରକରି ଆଣିବାକୁ ନିର୍ଦ୍ଦେଶ ଦେଇଥିଲେ। ଭୀମ ଆହାର ପୋଖରୀନିକଟକୁ ଯାଇ ଅସୁର କୁ ବିଷ୍ଣୁ ମୂର୍ତ୍ତି ଟିକୁ ପ୍ରଦାନ କରିବାକୁ କହିବାରେ ସେ ରାଜି ନ ହୋଇ ଭୀମ ଙ୍କ ସହିତ ଯୁଦ୍ଧ କରିଥିଲା। ପ୍ରବଳ ଯୁଦ୍ଧ ପରେ ଅସୁର କୁ ଭୀମ ବଧ କରିଥିଲେ। ଅସୁର ର ମୃତ୍ୟୁ ପରେ ଭୀମ ଆହାର ପୋଖରୀ ଗଣ୍ଡ ରୁ ବିଷ୍ଣୁ (ନାରାୟଣ) ମୂର୍ତ୍ତି କୁ ଉଦ୍ଧାର କରି ଆଣି ଯୁଧିଷ୍ଠିର ଙ୍କୁ ପ୍ରଦାନ କରିଥିଲେ। ଯୁଧିଷ୍ଠିର ପ୍ରଭୁ ଶ୍ରୀ ମାଧବ(ନାରାୟଣ) ଙ୍କୁ ପ୍ରତିଷ୍ଠା କରି ଭୋଜନ ଗ୍ରହଣ କରିଥିଲେ।ସେ ଦିନଥିଲା ମାଘ ମାସ ଏକାଦେଶୀ ତିଥି। ଅସୁର କୁ ଭୀମ ବଧ କରିଥିବାରୁ ଅସୁର ର ନାମ ଭୈମାସୁର ଓ ସେ ପରମ ବିଷ୍ଣୁ ଭକ୍ତ ହୋଇଥିବାରୁ ତାର ସ୍ମୃତି ଉଦ୍ଦେଶ୍ୟ ରେ ଉକ୍ତ ଏକାଦେଶୀ ର ନାମ ଭୌମ ଏକାଦେଶୀ ରଖାଯାଇଥିଲା। ସେହି ଦିନ ଠାରୁ ଭୌମ ଏକାଦେଶୀ କୁ ମାଧବ ଠାକୁର ଙ୍କ ପ୍ରତିଷ୍ଠା ଦିବସ ଭାବେ ପାଳନ କରାଯାଇଆସୁଅଛି। ଭୌମ ଏକାଦେଶୀ ଦିନ ଠାକୁର ଙ୍କ ସୁନାବେଶ ଅନୁଷ୍ଠିତ ହେଉଥିବା ବେଳେ ଭକ୍ତ ମାନେ ଠାକୁର ଙ୍କୁ ଚୁଡ଼ାଘସା, ଦହି, କଦଳୀ ଭୋଗ ଲାଗି କରିଥାଆନ୍ତି। ବେହେରା ଭକ୍ତ ଙ୍କ ପକ୍ଷରୁ ଲଉଡି ଖେଳ ପ୍ରଦର୍ଶନ କରାଯାଇଥାଏ। ଭ୍ୟୌମ ଏକାଦେଶୀ ପାଇଁ ମାଧବ ମନ୍ଦିର ଉତ୍ସବ ମୁଖର ହୋଇପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ