ଭୟଙ୍କର ଚିତ୍ର କୁ ହଟାଇବା ଦିଗରେ ସତର୍କତା ଅବଲମ୍ବନ
ଓଡିଶା ସରକାରଙ୍କୁ ମୋର ନମସ୍କାର ଏବଂ ପ୍ରତିକୂଳ ପରିସ୍ଥିତି ରେ ଯେଊଁ ସ୍ୱାସ୍ଥ୍ୟ କର୍ମୀ ସେନା ବାହିକା,ନିଜର ସଂଘବଦ୍ଧ ଉଦ୍ୟମ ଜାରି ରଖିଛନ୍ତ,ସେମାନଙ୍କ ଆଗରେ ମୁଁ ନତମସ୍ତକ । ସମାଜ ବିଜ୍ଞାନ ର ଏକ ଛାତ୍ରୀ ଭାବେ ପରିଗଣିତ ହେଉ ଥିବାରୁ ପ୍ରତିକୂଳ ପରିସ୍ଥିତିରେ ମୁଁ କିଛି ଲେଖନୀ ମାଧ୍ୟମରେ ସତର୍କିତା ର ଉପାୟ ପ୍ରକାଶ କରୁଅଛି । ବିଭିନ୍ନ ଗବେଷକ ବୌଜ୍ଞାନିକ,ଶିକ୍ଷକ,ଶିକ୍ଷୟୀତ୍ରି ମଧ୍ୟ ବିଭିନ୍ନ ପ୍ରକାର ର ମତ ପ୍ରଦାନ କରିଥିବେ,ଯାହାକି ଆଗରେ ଏହା ସାମାନ୍ୟ ମାତ୍ର । ପରନ୍ତୁ ଏକ ଛାତ୍ରୀ ହିସାବରେ ଜାତୀୟ ନାଗରିକତାର କର୍ତ୍ତବ୍ୟ ପାଳନ କରୁଛି । ସରକାରଙ୍କର ଏକ ଅଗ୍ରଣୀ ପଦକ୍ଷେପ ଉପରେ ସମସ୍ତଙ୍କ ର ନଜର ରହିଛି । ଯାହା ହେଉଛି -‘’ସାମାଜିକ ଦୂରତା’’ ଅନ୍ୟ ଲୋକ ବୁଝନ୍ତୁ କି ନବୁୁଝନ୍ତୁ ସମାଜ ବିଜ୍ଞାନ ଅଧ୍ୟୟନ କରୁଥିବା ଛାତ୍ର ଛାତୀ ନିହାତି ଏହା ଉପରେ ଅବଗତ ଥିବେ। କାରଣ-ଏହା ସମାଜ ଶାସ୍ତ୍ର ର ଏକ ସିଦ୍ଧାନ୍ତ ।ପ୍ରକୃତି ଜୀବନ ରେ ମଧ୍ୟ ଅନୁକୂଳ ଓ ପ୍ରତିକୂଳ ସମୟ ଆସିଥାଏ।ଏହି ବାଧା ବନ୍ଧନ କୁ ଅତିକ୍ରମ କରିଯିବାର ଶକ୍ତି ଅଜିର ଯୁବଗୋଷ୍ଠୀ ମାନଙ୍କ ମଧ୍ୟରେ ଭରିଅଛି । ଯୋଗଦାନ ର ଏକ ପ୍ରସ୍ତୁତି ଉପରେ ଆଲୋକପାତ କରୂଛି ।
*ନିତ୍ୟ ବ୍ୟବହୃତ ଜିନିଷ ବିପୁଳ ପରିମାଣରେ କାହା କାହା ପାଖରେ ଏବେ ମଧ୍ୟ ଥାଈପାରେ । ଅର୍ଥାତ୍-ପୋଷାକ ତାକୁ ନଷ୍ଟ ନ କରି ସେଥିରେ ମଧ୍ୟ ମାସ୍କ ତିଆରି କରିପାରିଲେ । ବହୁତ ଗରିବ ମାନେ ଉପକୃତ ହେବେ ।
*ପାଣ୍ଠି ଯୁବ ବର୍ଗଙ୍କ ଦ୍ୱାରା ଗଠନ କରାଯାଈ ନିଜର କିଛି ସଂଚିତ ଅର୍ଥ ଦେଇ ପାରିବା ଏହା ଏକ ସଙ୍କଟ ପରିସ୍ଥିତି ରେ ଉପଯୁକ୍ତ ମାର୍ଗ ହେବ
*ଗା ରେ ବାସ କରୁଥିବା ମହିଳା ଏବେ ବି ମଧ୍ୟ ସଚେତନ ନ ହୋଇ ନିଜର ଗୃହ ପାଳିତ ପଶୁ କି ଅନ୍ୟାନ୍ୟ କାମ କରିଚାଲୁ ଛନ୍ତି,ଅଙ୍ଗନ ବାଡି କର୍ମୀ ମାନଙ୍କୁ ଗଠନକରି ଏହି ବିଷୟରେ ତାଙ୍କୁ ସଚେତନ କରାଈବା ଉଚିତ୍
*ଡାକ୍ତର ମାନଙ୍କୁ ଉନ୍ନତ ଧରଣର ମାସ୍କ ଦିଅଯାଉ,କାରଣ ସାଧାରଣ ମାସ୍କ ପିନ୍ଧି ସେମାନେ କରୋନା ପୀଡିତ ଙ୍କୁ ଚିକିତ୍ସା କରିବା ସମୟରେ ନିଜେ ମଧ୍ୟ ଆକ୍ରାନ୍ତ ହେଉଛନ୍ତି ।
*୨୪ ଘଣ୍ଟା ପୋଲିସ୍ ମାନେ ଜନ ସାଧାରଣଙ୍କୁ ସଚେତନ କରୁଛନ୍ତି,ଶିକ୍ଷିତ ଯୁବ ଗୋଷ୍ଠୀ ମାନେ ମଧ୍ୟ ଲୋକ ମାନଙ୍କୁ ସଚେତନ କରାଇବାରେ ଭୂମିକା ଗ୍ରହଣ କରିବା ଉଚିତ୍ ।
ଜାତାୟତା ର ମନ ନେଇ ଜରୁରୀ କାଳୀନ ପରିସ୍ଥିତି ରେ ଆନ୍ତରିକ ଭାବେ ଉଦ୍ୟମ କଲେ ନିଶ୍ଚିନ୍ତ ଏକ ବୈପ୍ଲବିକ ପରି ବହନ ଆସି ପାରିବ । ଦେଶରେ ସନ୍ତାନ ଭାବରେ ଏହି ବିପଦକୁ ଏକ୍ୟବଦ୍ଧ ହୋଇ ମୁକାବିଲା କରିବା । ସାମାନ୍ୟ ଟିକିଏ ଅଣଦେଖା କରିଦେଲେ ଦେଶ ଖଣ୍ଡ ବିଖଣ୍ଡିତ ହୋଇଯିବ, ସକ୍ରିୟ ସହଯୋଗ ଦେଶ ପାଈଁ ଏକାନ୍ତ ଜରୁରୀ । ନିଜର ସଂଚିତ ଅର୍ଥ ଏହି ସମୟରେ ଦେଶ ରକ୍ଷା ପାଣ୍ଠି କୁ ସ୍ୱଳ୍ପ ହେଲେ ବି ଦେଇ ପାରିଲେ ମଧ୍ୟ ଏହା ଏକ ମେରୁ ଦଣ୍ଡ ଭଳି କାର୍ଯ କରିବ । ସାମାନ୍ୟ ମସ୍ତିଷ୍କ ରେ ଦେଶର ସନ୍ତାନ ଭାବରେ କଲମ ମୁନୀରେ କିଛିଟା ସଚେତନ ପ୍ରଦାନ କରିଛି । ଶେଷରେ ୪ କୋଟି ଓଡିଅ ବାସୀଙ୍କୁ ପ୍ରଣିପାତ କରୁଛି । ଜଗନ୍ନାଥ ନିଜର ରହସ୍ୟ ଭେଦ ବିଶ୍ୱ କୁ ରକ୍ଷା କରନ୍ତୁ ।
ଅର୍ପିତା ପରିଡା
(ସାମାଜିକ ବିଜ୍ଞାନର ଛାତ୍ରୀ,ପୁରୀ)