ଭୟଙ୍କର ରୂପ ନେଉଛି ସାଇକ୍ଲୋନ ‘ଅସାନୀ’ : ମତ୍ସ୍ୟଜୀବୀଙ୍କୁ ସମୁଦ୍ର ନ ଯିବାକୁ ସତର୍କ କଲା ଆଇଏମଡି

ନୂଆଦିଲ୍ଲୀ, (ୱାଇଏନ୍ଏସ୍) :ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜରେ ଭୟଙ୍କର ରୂପ ନେଉଛି ବାତ୍ୟା ‘ଅସାନୀ’। ରବିବାର ପ୍ରବଳ ବର୍ଷା ହେବା ଫଳରେ ଆଣ୍ଡାମାନର କିଛି ଅଞ୍ଚଳରେ ଜନ ଜୀବନ ପ୍ରଭାବିତ ହୋଇଛି। ଏହାରି ଭିତରେ ସାଇକ୍ଲୋନ ‘ଅସାନୀ’ ଦ୍ୱୀପପୁଞ୍ଜ ଆଡକୁ ଦ୍ରୁତ ଗତିରେ ମାଡ଼ିଆସୁଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ନ ଯିବାକୁ ସତର୍କ କରିଛି ପାଣିପାଗ ବିଭାଗ।ଅଧିକାରୀଙ୍କ ଅନୁଯାୟୀ, ପ୍ରାୟ ୧୦୦ ଜଣ ଜାତୀୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ (NDRF) କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ଏବଂ ସତର୍କତାମୂଳକ ପଦକ୍ଷେପ ଭାବରେ ଦ୍ୱୀପରେ ବିଭିନ୍ନ ସ୍ଥାନରେ ୬ ଟି ରିଲିଫ୍ କ୍ୟାମ୍ପ ମଧ୍ୟ ସ୍ଥାପନ କରାଯାଇଛି। ସେ କହିଛନ୍ତି ଯେ ଉତ୍ତର ଏବଂ କେନ୍ଦ୍ରୀୟ ଆଣ୍ଡାମାନରେ ବର୍ଷା ସହିତ ପ୍ରବଳ ପବନ ଜାରି ରହିଛି।ହେଲେ ପୋର୍ଟ ବ୍ଲେୟାରରେ ଜନ ଜୀବନ ସ୍ୱାଭାବିକ ରହିଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଟୁଇଟ୍ କରି କହିଛି ଯେ ଗତକାଲି ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଏବଂ ଦକ୍ଷିଣ ଆଣ୍ଡାମାନ ସାଗରର ନିମ୍ନ ଚାପ ଅଞ୍ଚଳରେ ସର୍ବନିମ୍ନ ଚାପ ଅଞ୍ଚଳ ଭାବେ ପରିଣତ ହୋଇଛି। ଆଗାମୀ ୨୪ ଘଣ୍ଟା ମଧ୍ୟରେ ଆହୁରି ଅଧିକ ତୀବ୍ର ସର୍ବନିମ୍ନ ଚାପ ଅଞ୍ଚଳରେ ପରିବର୍ତ୍ତନ ହେବାର ଆଶଙ୍କା ରହିଛି ବୋଲି ଆଇଏମଡି କହିଛି। ପାଣିପାଗ ବିଭାଗ ଅନୁଯାୟୀ ଏହି ସାଇକ୍ଲୋନ ବାଂଲାଦେଶ ଏବଂ ମିଆଁମାର ଉପକୂଳ ଆଡକୁ ଗତି କରିବାର ଆଶଙ୍କା ରହିଛି। ଏହିସମୟରେ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜର କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି ବୋଲି IMD ପୂର୍ବାନୁମାନ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ