ଭୟଭୀତ ଅବସ୍ତାରେ ରାମେୟାପାଟଣା ମସ୍ର‌୍ୟଜୀବି ପରିବାର

ଭୟଭୀତ ଅବସ୍ତାରେ ରାମେୟାପାଟଣା ମସ୍ର‌୍ୟଜୀବି ପରିବାର

ଗଂଜାମ ଜିଲ୍ଲା ଚିକିଟି ବ୍ଲକ ରାମେୟାପାଟଣାରେ ସମୁଦ୍ର ଢେଉ କୂଳ ଲଙ୍ଘି ବସବାସ କରୁଥିବା ଜନବସତି ଆଡକୁ ମାଡି ଆସିଛି ।  ଗତ ୬  ତିନି ଦିନ  ତଳେ ଲଘୁଚାପ ଜନିତ ଲଗାଣ ବର୍ଷାର ପ୍ରଭାବ ରେ ଲୁଣିଆ ପାଣି କୂଳ ଉଲଘଂନ କରି ୫ ଗୋଟି ଘର ବାଲିରେ ମିଶାଇ ଦେଇଥିବା ବେଳେ ଆଜି ପୁଣୀ ସେହି ସ୍ଥାନରେ ଅଧିକାଂଶ ଘରକୁ  ପାଣି ମାଡି ଆସି ି କିଛି ଘର ସଂମ୍ପୂର୍ଣ୍ଣ ଭାଙ୍ଗି ଦେଇଛି । ସେଠାରେ ବସବାସ କରୁଥିବା ୧ହଜାର ମସ୍ର‌୍ୟଜୀବି ପିଲା ଓ ଛୁଆ ମାନଙ୍କୁ ଧରି ଭୟରେ ଜୀବନ ଅତିବାହିତ କରୁଛନ୍ତି । ଗଣମାଧ୍ୟମରେ ଖବର ପ୍ରକାଶ ପରେ ପ୍ରଶାସନ ତରଫରୁ ନଭେମ୍ବର କିମ୍ଭା ଡିସେମ୍ବର ମାସରେ ବସବାସ କରୁଥିବା ମସ୍ର‌୍ୟଜିବୀ ମାନଙ୍କ ସୁରକ୍ଷା ପାଇଁ ଗାର୍ଡ ୱେଲ୍ ନିର୍ମାଣ କରାଯିବ ବୋଲି ପ୍ରତିଶ୍ରୃତି ଦେଇଥିଲେ । କିନ୍ତୁ ସ୍ଥାନୀୟ ବସବାସ କରୁଥିବା ମସ୍ର‌୍ୟଜୀବି ପରିବାର ମାନଙ୍କ କହିବାନୁଯାୟୀ ଦିନରେ ସମୁଦ୍ର  କୂଳ ଲଂଘନ କରୁଥିବା ବେଳେ ରାତିରେ ଘରେ ପାଣି ପଶିଯାଉଛି । ମସ୍ର‌୍ୟଜୀବି ପରିବାର ମଧ୍ୟ ସମୁଦ୍ର  କୁଳଉଲ୍ଲଂଘନ କରୁଥିବାରୁ ଭୟରେ ନିଜର ଜୀବିକା ଅର୍ଜନ କରିବା ପାଇଁ ଯାଇ ପାରୁନାହାନ୍ତି ଓ ଓଳିଏ ଖାଇଲେ ଓଳିଏ ଉପବାସ ରହୁଛନ୍ତି ।  ଆଜି ପୁଣୀ ଥରେ ସମୁଦ୍ର  ଢେଉ କୁଳ ଉଲ୍ଲଂଘନ କରି କିଛି ମସ୍ର‌୍ୟଜୀବି ପରିବାରକୁ ବାସହରା କରିଦେଇଛି । ବିଶ୍ୱସ୍ଥ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ କିଛି ମସ୍ର‌୍ୟଜୀବି ଭୟରେ ଉପକୂଳ ସ୍ଥାନକୁ ଚାଲିଆସିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ