ଭୟାବହ ଅଗ୍ନିକାଣ୍ଡ, ୩୦ରୁ ଅଧିକ ଘର ପୋଡି ପାଉଁଶ

ପୁରୁଷୋତ୍ତମପୁର- ଗଞ୍ଜାମଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ସୁନାଥର ଗାଁରେ ସୋମବାର ଭୟାବହ ଅଗ୍ନିକାଣ୍ଡ ଘଟି ୩୦ ରୁ ଅଧିକ ଘର ପୋଡ଼ି ପାଉଁଶ ହୋଇ ଯାଇଛି । କୌଣସି କାରଣ ବଶତଃ ଏକ ଘରେ ନିଆଁ ଲାଗିଯାଇଥିଲା ପରେ ଏହା ଗୋଟିଏରୁ ଆଉ ଗୋଟିଏ ଘରକୁ ଡେଇଁଥିଲା । ନିଆଁ ଲିଭାଇବାକୁ ଲୋକେ ସମୟ ପାଇନଥିଲେ ଖବର ପାଇ ପୁରୁଷୋତ୍ତମପୁର ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ନିଆଁରେ କେତେ ପରିମାଣରେ କ୍ଷୟକ୍ଷତି ହୋଇଛି ସେନେଇ କୌଣସି ସ୍ପଷ୍ଟ ସୂଚନା ଜଣାପଡିନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ