ମଇଁଷି ପିଠିରେ ସ୍ଲୋଗାନ୍ ଲେଖି ପ୍ରଚାର ନୋଟିସ୍ ଜାରି କଲା ନିର୍ବାଚନ ଆୟୋଗ

ରାୟପୁର(ଏଜେନ୍ସି): ଦେଶରେ ଏବେ ନିର୍ବାଚନ ଋତୁ ଜୋର ଧରିଥିବା ବେଳେ ବିଭିନ୍ନ ଦଳ ପକ୍ଷରୁ ପ୍ରଚାରପର୍ବ ଜୋରସୋରରେ ଚାଲିଛି । ପ୍ରଚାର ପାଇଁ ରାଜନୈତିକ ଦଳଗୁଡିକ ବିଭିନ୍ନ ପ୍ରକାରର ଅଭିନବ କୌଶଳ ଅବଲମ୍ବନ କରୁଛନ୍ତି । ମାତ୍ର ଛତିଶଗଡ଼ର ରାୟପୁର ଅଞ୍ଚଳରେ ଦେଖିବାକୁ ମିଳିଥିବା ଏକ ପ୍ରଚାରକୌଶଳକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଏହି ଅଞ୍ଚଳର ଜଣେ କଂଗ୍ରେସ ପ୍ରାର୍ଥୀ ଏକ ମଇଁଷିକୁ ବ୍ୟବହାର କରି କଂଗ୍ରେସ ଓ ନିଜ ପାଇଁ ଭୋଟ୍ ପ୍ରଚାର ଚଳାଇଛନ୍ତି । ମଇଁଷି ପିଠିରେ କଂଗ୍ରେସକୁ ଭୋଟ୍ ଦେବା ପାଇଁ ନିବେଦନ କରାଯାଇଛି । ହିନ୍ଦୀଭାଷାରେ ଲେଖାଥିବା ସ୍ଲୋଗାନର ଓଡ଼ିଆ ଅନୁବାଦ ଏହିପରି ‘ ଆମେ ନିର୍ବାକ ପଶୁ, ଆମ କଥା ଶୁଣ, ଏଥର କଂଗ୍ରେସକୁ ଭୋଟ ଦେଇ ଶାସନକୁ ଆଣ’ । ତେବେ ନିର୍ବାଚନ ଆୟୋଗଙ୍କ ଏସମ୍ପର୍କରେ ଦୃଷ୍ଟି ଆକର୍ଷଣ ହେବା ପରେ ଏନେଇ ନୋଟିସ୍ ଜାରି କରାଯାଇଛି । କାରଣ ନିର୍ବାଚନୀ ନିୟମ ଅନୁସାରେ ଭୋଟପ୍ରଚାର ପାଇଁ କୌଣସି ପଶୁପକ୍ଷୀଙ୍କ ବ୍ୟବହାର କରିହେବ ନାହିଁ । ଏହାଛଡ଼ା ପଶୁଅଧିକାର ପାଇଁ ଲଢୁଥିବା ସଂସ୍ଥା ପେଟା ମଧ୍ୟ ଏହାକୁ ବିରୋଧ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ