ମଉଦା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ, ମରଚାଇପଦା ଚମ୍ପିୟାନ

ହାଟଡିହି, (ବିକାଶ ବିଶ୍ୱାଳ): ହାଟଡିହି ବ୍ଲକ ସଢ଼ା ପଞ୍ଚାୟତର ମଉଦା ଗ୍ରାମରେ ନେତାଜୀ କ୍ଲବ ପକ୍ଷରୁ ଚାଲିଥିବା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ, ସମ୍ମାନୀତ ଅତିଥି ଭାବେ ସଢ଼ା ପଞ୍ଚାୟତର ସରପଞ୍ଚ ଜୟନ୍ତୀ ସାମଲ, ବିଜୟ ରାଉତ, ବ୍ଲକ ଉପାଧ୍ୟକ୍ଷ ନରେନ୍ଦ୍ର କୁମାର ନାୟକ, ଜିଲ୍ଲାପରିଷଦ ସଦସ୍ୟ ସୁରେନ୍ଦ୍ର କୁମାର ଜେନା, ଶତୃଘ୍ନ ପାତ୍ର, ବୈଦ୍ୟନାଥ ସାମଲ ପ୍ରମୁଖ ଯୋଗଦେଇ ଆଜିର ଫାଇନାଲ ମ୍ୟାଚକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଆଜିର ଫାଇନାଲ ମ୍ୟାଚରେ ମରଚାଇପଦା କ୍ରିକେଟ କ୍ଲବ ବରାଙ୍ଗ କ୍ରିକେଟ କ୍ଲବକୁ ୪୫ରନରେ ପରାସ୍ତ କରି ଚମ୍ପିୟନ ହୋଇଥିଲା । ମରଚାଇପଦା ପ୍ରଥମେ ଟସ ଜିତି ବ୍ୟାଟିଂ କରି ନିର୍ଦ୍ଧାରିତ ୧୫ଓଭରରେ ୧୧୮ରନ କରିଥିଲା । ଏହାର ଜବାବରେ ବରାଙ୍ଗ କ୍ରିକେଟ କ୍ଲବ ମାତ୍ର ୭୫ରନ କରିବାକୁ ସମର୍ଥ ହୋଇଥିଲା । ବସନ୍ତ ବିଜୟ ପାଣିଗ୍ରାହୀ ଓ ଗଜେନ୍ଦ୍ର ଲେଙ୍କା ଅମ୍ପାୟାର ଭାବେ ଖେଳ ପରିଚାଳନା କରିଥିବାବେଳେ ବବୁଲ ଚାନ୍ଦ ଓ ଜବାନ ନାୟକ ସ୍କୋରର ଦାୟିତ୍ୱ ନିର୍ବାହ କରିଥିଲେ । ପୁରସ୍କାର ବିତରଣୀ ଉତ୍ସବରେ ପୁର୍ବତନ ସରପଞ୍ଚ ପ୍ରାଣବନ୍ଧୁ ନାୟକ ଓ ସାଗର ରାଉତ, ସୁବୋଧ କୁମାର ସାହୁ ପ୍ର୍ରମୁଖ ଯୋଗଦେଇ ଚମ୍ପିୟନ ଓ ରନର୍ସଅପ ଦଳକୁ ନେତାଜୀ କ୍ଲବର ରାଧେଶ୍ୟାମ ଜେନା, ଜବାନ କୁମାର ନାୟକ, ଚଗୁଲ ନାୟକ, ଗୌରାଙ୍ଗ ଚନ୍ଦ୍ର ପଳତା, ଧନେଶ୍ୱର ସାହୁ, ଚିନ୍ମୟ ନାୟକ, ଶ୍ରୀତମ ଚନ୍ଦ୍ର, ଅରୁଣ ଜେନା, ମୁନା ଜେନା, ମିହିର ସାହୁ, ବିଶ୍ୱଜିତ ରାଉତ, ପ୍ରଦୀପ ଜେନା, ପ୍ରମୁଖ ଟୁର୍ଣ୍ଣାମେଣ୍ଟ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ