ମକରାପଲ୍ଲୀ ଓ ମୋଟାବାଡ଼ି ଗ୍ରାମର ପରିସ୍ଥିତି ଅନୁଧ୍ୟାନ କଲେ ଓଏସଡ଼ି
ବୁଗୁଡା, (ଅନିଲ ମହାରଣା): ବୁଗୁଡା ବ୍ଲକ ଦାୟିତ୍ୱରେ ଥିବା କୋଭିଡ ନୋଡାଲ ଅଫିସର ଓଏସଡ଼ି ବିଶ୍ଵ ରଞ୍ଜନ କଅଁର ବୁଗୁଡା ବ୍ଲକର ମକରାପଲ୍ଲୀ ଓ ମୋଟାବାଡ଼ି ଗ୍ରାମକୁ ଯାଇ ପରିସ୍ଥିତି ଅନୁଧ୍ୟାନ କରି ଫେରିଥିବା ଜଣାପଡିଛି।ବୁଗୁଡା ବ୍ଲକର ମକରାପଲ୍ଲୀ ଗ୍ରାମରେ ଜଣେ ତାମିଲନାଡୁ ଫେରନ୍ତା ଓ ମୋଟାବାଡ଼ି ଗ୍ରାମରେ ରହି ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରର ଦାୟିତ୍ୱ ବହନ କରିଥିବା ଜଣେ ଶିକ୍ଷୟିତ୍ରୀଙ୍କ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଯୋଗୁଁ ଓଏସଡ଼ି ଶ୍ରୀ କଅଁର ଓ କୋଭିଡ ଜୋନାଲ ଅଫିସର ଭବାନୀ ପାତ୍ର ମକରାପଲ୍ଲୀ ଓ ମୋଟାବାଡ଼ି ଗ୍ରାମକୁ ଯାଇ ଜନସାଧାରଣଙ୍କୁ ସଚେତନ କରାଇବା ସହ ଦୁଇ ଗ୍ରାମର ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ଅଙ୍ଗନବାଡି କର୍ମୀ ମାନଙ୍କୁ ବର୍ତ୍ତମାନର ପରିସ୍ଥିତି ସମୟରେ ସେମାନଙ୍କ ଦାୟିତ୍ୱ ବିଷୟରେ ପରାମର୍ଶ ଦେଇଥିଲେ।