ମକର ଚୁଳ ,ଘୋଡ ଲାଗି ବେଶରେ ଚତୁର୍ଦ୍ଧାମୂରତି 

ବାଲେଶ୍ୱର : ସଦର ବ୍ଲକ ଶାସଙ୍ଗ ଗ୍ରାମରେ ୧୧୪୮ ମସିହା ପୂର୍ବରୁ ଶ୍ରୀଜୀଉମାନେ ପୂଜା ପାଇ ଆସୁଛନ୍ତି । ପୁରୀ ଶ୍ରୀମନ୍ଦିର ପରେ ଶ୍ରୀ ଜଗନ୍ନାଥ ଜୀଉ ବିଜେ, ଶାସଙ୍ଗ ହେଉ ଅବା ସାରା ବିଶ୍ୱରେ ଏହା ସବୁଠାରୁ ପୁରୁଣା ମହାପ୍ରଭୁମାନଙ୍କ ବିଜେ ସ୍ଥଳି ବୋଲି ଏକ ନଥିପତ୍ରରୁ ପ୍ରମାଣିତ ହୁଏ । ନିକଟରେ ଅଗଷ୍ଟ ମାସ ପ୍ରକାଶିତ ଓଡିଶା ସରକାରଙ୍କର ମାସିକ ପତ୍ରିକା ‘ଉତ୍କଳ ପ୍ରସଙ୍ଗ’କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଅଗଷ୍ଟ ୧୫ ତାରିଖରେ ଉନ୍ମୋଚନ ହୋଇଥିଲା । ସେଥିରେ ଶ୍ରୀ ଜଗନ୍ନାଥ ଜୀଉ ବିଜେ, ଶାସଙ୍ଗ ବିଷୟରେ ଏକ ଲେଖା ପ୍ରକାଶ ପାଇଛି । ଏଠାରେ ଯଥା ସମ୍ଭବ ଶ୍ରୀ ଜଗନ୍ନାଥ ସଂସ୍କୃତି ପରମ୍ପରା ଅନୁସାରେ ସମସ୍ତ ପୂଜା, ପର୍ବ, ପାର୍ବଣ ଯାତ୍ରା, ଉତ୍ସବ ଆଦି ପାଳନ କରାଯାଏ । ତନ୍ମଧ୍ୟରୁ ମକର ଉତ୍ସବ ମଧ୍ୟ ଏଠାରେ ପାଳନ କରାଯାଏ । ଆଜି ଭୋର ପ୍ରତ୍ୟେକ ଦିନ ଭଳି ଦ୍ୱାରଫିଟା, ସୂର୍ଯ୍ୟ ପୂଜା ଆଦି ନୀତି ସରିବବବା ପରେ ମହାପ୍ରଭୁମାନଙ୍କୁ ମକର ଚୁଳ ବେଶ କରାଯାଇଥିଲା । ସେହିଭଳି ଓଢଣ ଷଷ୍ଠୀଠାରୁ ଶ୍ରୀପଞ୍ଚମୀ ପର୍ଯ୍ୟନ୍ତ ଶୀତର ଅନୁରୋଧକୁ ରକ୍ଷା କରି ମହାପ୍ରଭୁମାନେ ଘୋଡ ଲାଗି ବେଶରେ ବେଶ ହୁଅନ୍ତି । ଏହି ଘୋଡ ଲାଗି ବେଶ ଓ ମକର ଚୁଳ ବେଶ ଦର୍ଶନ ପାଇଁ ଶ୍ରୀ ଜଗନ୍ନାଥ ଜୀଉ ବିଜେ ଶାସଙ୍ଗ ମନ୍ଦିରରେ ଆଜି ଦିନ ସାରା ଭିଡ ଲାଗିଥିଲା । ଏହି ବେଶରେ ମହାପ୍ରଭୁମାନେ ଅତ୍ୟନ୍ତ ସୁନ୍ଦର ଦିଶୁଥାଆନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ