ମକର ଭାବନା
ଗୁଡି ଉଡା ଧିର
ଦକ୍ଷିଣା ପବନେ
ଉତ୍ତରକୁ ମୁହଁକରି,
ମକର ଆସିଲା
ଶୀତ ଚାଲିଯିବ
ମାଘ ମାସ ଗଲେ ସରି ।
ରାତି ହେବ ସାନ
ବଡ ହେବ ଦିନ
ତାତି ଯିବ ବଢିବଢି,
ପତ୍ର ଯିବ ଝଡି
ଶୀତ ଦେଇ ତଡି
ମଳୟେ ଆସିବ କଢି ।
ଦକ୍ଷିଣ ଉତ୍ତର
ସୂର୍ଯ୍ୟଙ୍କର ଗତି
ବିଷୁବ ରେଖାରେ ସ୍ଥିତି,
କାହାକୁ ମଣିଷ
ଆପଣେଇ ନେବ
ଶୀତ ପରେ କ’ଣ ତାତି ।
ନଡ଼ିଆ କଦଳୀ
କ୍ଷୀର ଫଳ ଅଦା
ଅଳେଇଚ ଗୁଡ ଛେନା,
ଗୋଲ ମରିଚରେ
ମକର ଚାଉଳ
ହଜିଗଲା ସବୁ ନାଁ ।
ଏହି ପରି ସବୁ
ହଜିବ ଖୋଯିବ
ଋତୁଚକ୍ର ପାଦ ଚିହ୍ନ,
ଏ ମାୟା ସଂସାର
କେନୁହେଁ କାହାର
ନିଜକୁ ଭଲରେ ଚିହ୍ନ ।
ଗଦାଧର ସାହୁ,
ବ୍ରହ୍ମଗିରି, ପୁରୀ