ମକର ମେଳା ପାଇଁ ମା’ବଉଳାଶୁଣୀଙ୍କ ପୀଠ ଚଳ ଚଞ୍ଚଳ

ବନ୍ତ, (ଚାନ୍ଦିନୀ ମହାନ୍ତି):ପବିତ୍ର ମକର ମେଳା ଉପଲକ୍ଷେ ବନ୍ତ ବ୍ଲକର ପ୍ରସିଦ୍ଧ ଠାକୁରାଣୀ ମା’ବଉଳାଶୁଣୀଙ୍କ ପୀଠ ଏବେ ଚଳ ଚଞ୍ଚଳ ହୋଇ ଉଠିଛି । ଦୀର୍ଘ ୬୦ ବର୍ଷ ଧରି ଏହି ପୀଠରେ ମକର ସଂକ୍ରାନ୍ତୀ ଉପଲକ୍ଷେ ମକର ମେଳା ଅନୁଷ୍ଠିତ ହୋଇ ଆସୁଛି । ମଙ୍ଗଳବାର ସକାଳେ ମା’ଙ୍କ ପୀଠରେ ଶହ ଶହ ଶ୍ରଦ୍ଧାଳୁଙ୍କ ଭିଡ ଲାଗିଥିଲା । ଶ୍ରଦ୍ଧାଳୁ ମାନେ ମା’ଙ୍କୁ ଦର୍ଶନ କରିବା ସହ ଭୋଗ ଲଗାଇଥିଲେ । ପୂର୍ବାହ୍ନରେ ନିକଟସ୍ଥ ମହାଦେବ ପୁଷ୍କରିଣୀରୁ କଳସ ଅଣାଯାଇ ଯଜ୍ଞ କାର୍ଯ୍ୟ ଆରମ୍ଭ ହୋଇଛି । ଭାସ୍କର ଚନ୍ଦ୍ର ମହାନ୍ତି, ନାରାୟଣ ମିଶ୍ର, ଗୋପାଳ ବାରିକ, ପ୍ରଫୁଲ୍ଲ ନାୟକ, ଅଭିମନ୍ୟୁ ଦାଶ, କାଳନ୍ଦି ବେହେରା, ରମ୍ଭାମଣି ମହାନ୍ତି, ଉଷାରାଣୀ ମିଶ୍ର, ଗୌରୀ ବାରିକ, ସସ୍ମିତା ନାୟକ, ସୁକାନ୍ତୀ ବେହେରା, ରେଖା ଦାଶ ପ୍ରମୁଖ କଳସ ଆଣିଥିଲେ । ପୂଜକ ଉପେନ୍ଦ୍ର ମିଶ୍ର, ବସନ୍ତ ମିଶ୍ର, ନାରାୟଣ ଦ୍ୱିବେଦୀ, ରମେଶ ଦ୍ୱିବେଦୀ ଯଜ୍ଞ କାର୍ଯ୍ୟ ତୁଲାଉଥିବା ବେଳେ ପୂର୍ଣ୍ଣ ଚନ୍ଦ୍ର ବାରିକ ସହଯୋଗ କରୁଛନ୍ତି । କୃଷ୍ଣ ଚନ୍ଦ୍ର ପଣ୍ଡା ମା’ଙ୍କ ପୂଜା କାର୍ଯ୍ୟ ତୁଲାଉଛନ୍ତି । ଏହି ମେଳା ୧୨ ଦିନ ଧରି ଚାଲିବ । କାର୍ଯ୍ୟକ୍ରମ ପରିଚାଳନାରେ ମା’ବଉଳାଣୁଣୀ ପୂଜା କମିଟିର ସଭାପତି ବାବାଜି ଚରଣ ଜେନା, ସମ୍ପାଦକ କିଶୋର ବେହେରାଙ୍କ ସମେତ ସମସ୍ତ ସଦସ୍ୟ ଓ ଗ୍ରାମବାସୀୀ ମାନେ ସହଯୋଗ କରୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ