ମକର ସଂକ୍ରାନ୍ତିରେ ପାରଳାର ଦେବାଳୟ ଗୁଡିକରେ ଭକ୍ତଙ୍କ ସମାଗମ ନାହିଁ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଗଜପତି ଜିଲ୍ଲା ମହକୁମା ପାରଳାଖେମୁଣ୍ଡି ସହରରେ ମକର ସଂକ୍ରାନ୍ତି ଅବସରରେ ବିଭିନ୍ନ ଦେବାଳୟରେ ଭକ୍ତଙ୍କ ସମାଗମ ସେପରି ଭାବେ ଦେଖାଯାଇ ନାହିଁ । ଗତ ୨ବର୍ଷ ଧରି କରୋନା ଯୋଗୁଁ ମକର ସଂକ୍ରାନ୍ତି ଦିନ ପାରଳାର ବିଭିନ୍ନ ଦେବାଳୟରେ ଭକ୍ତଙ୍କ ସମାଗମ ବେଶ ଭାବେ କମିଯାଇଛି । ଏଥି ପୂର୍ବରୁ ମକର ସଂକ୍ରାନ୍ତି ଦିନ ସହରର ସମସ୍ତ ଦେବାଳୟରେ ଭକ୍ତଙ୍କ ବେଶ ସମାଗମ ଦେଖା ଦେବା ସହ ଦେବାଳୟ ପରିଶର ଉଚ୍ଛବ ମୁଖରିତ ହୋଇ ଉଠୁଥିଲା । ହେଲେ ଆଜିର ମକର ସଂକ୍ରାନ୍ତି ପାଳନରେ ସହରର ପ୍ରସିଦ୍ଧ ଶ୍ରୀ ଜଗନ୍ନାଥ ମନ୍ଦିର । ଠାରୁ ଆରମ୍ଭ କରି ସମସ୍ତ ମନ୍ଦିରରେ ଖାଁ ଖାଁ ପରିଲକ୍ଷୀତ ହୋଇଛି । ଭକ୍ତ ଓ ଜନସାଧାରଣ କୋଭିଡର ୩ୟ ଲହରକୁ ଦୃଷ୍ଟିରେ ରଖି ସୁରକ୍ଷା ପାଇଁ ମନ୍ଦିର ଗୁଡିକରେ ଭିଡ ଜମାଇ ନାହାଁନ୍ତି ।