ମକର ସଂକ୍ରାନ୍ତି ପାଇଁ ପାରଳା ବଜାର ଚଳଚଞ୍ଚଳ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ମକର ସଂକ୍ରନ୍ତି ପାଳନ ଅବସରରେ ବିଭିନ୍ନ ସାମଗ୍ରୀର ଆବଶ୍ୟକତା ଯୋଗୁଁ ଆଜି ପାରଳାଖେମୁଣ୍ଡି ମୁଖ୍ୟ ବଜାର ଚଳଚଞ୍ଚଳ ହୋଇ ଉଠିଛି । ଗଜପତି ଜିଲ୍ଲା ମହକୁମାର ପାରଳାଖେମୁଣ୍ଡି ମୁଖ୍ୟ ବଜାର ସମଗ୍ର ଜିଲ୍ଲା ଓ ପଡୋଶୀ ଆନ୍ଧ୍ର ପାଇଁ ମୁଖ୍ୟ ବଜାର ଅଟେ । ବିଶେଷ କରି ତେଲୁଗୁ ସଂପ୍ରଦାୟର ଲୋକେ ପୋଙ୍ଗଲ ପର୍ବ ଭାବେ ଏହାକୁ ଅତ୍ୟନ୍ତ ଆଗ୍ରହର ସହ ପାଳନ କରିଥାନ୍ତି । ପୋଙ୍ଗଲ ପର୍ବ ତେଲୁଗୁ ସଂପ୍ରଦାୟର ଲୋକଙ୍କ ମୁଖ୍ୟ ପର୍ବ । ତେଣୁ ନୂତନ ବସ୍ତ୍ର, ମିଷ୍ଟାନ୍ନ, ପର୍ବ ପାଳନ ପାଇଁ ବିଭିନ୍ନ ରୋଷେଇ ସାମଗ୍ରୀ, ଫଳ ଓ ପନିପରିବା ଆଦି କ୍ରୟ କରିବାକୁ ପଡେ । ତେଣୁ ଏସବୁ କ୍ରୟ କରିବା ପାଇଁ ଗଜପତି ଜିଲ୍ଲାର ବିଭିନ୍ନ ଗ୍ରାମର ଲୋକଙ୍କ ସମେତ ପଡୋଶୀ ଆନ୍ଧ୍ର ମୁଖ୍ୟ ବଜାରରେ ଏକ ତ୍ରୀତ ହେବା ଯୋଗୁଁ ପାରଳା ମୁଖ୍ୟ ବଜାର ଅଞ୍ଚଳ ଚଳଚଞ୍ଚଳ ହୋଇ ଉଠିଛି ।


