ମକାବାଡ଼ ଭିତରେ ଥିବା ଆମ୍ବଗଛରୁ ଯୁବକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର
ନବରଙ୍ଗପୁର:(ଯୁଗାବ୍ଦ ନ୍ୟୁଜ)ରାଇଘର ବ୍ଲକ ଅନ୍ତର୍ଗତ ମାରଙ୍ଗପାଳି ଗ୍ରାମ ନିକଟସ୍ଥ ଏକ ମକାବାଡ଼ ଭିତରେ ଥିବା ଆମ୍ବଗଛରୁ ଯୁବକଙ୍କ ଝୁଲନ୍ତା ମୃତ ଦେହକୁ ଉଦ୍ଧାର କରିଛି ପୋଲିସ।ମୃତ ଯୁବକ ଜଣକ ହେଲେ ସେହି ଗ୍ରାମର ସନ୍ତୋଷ ଗଣ୍ଡ (୧୮) ବୋଲି ଜଣାପଡ଼ିଛି।ସୂଚନା ଅନୁଯାୟୀ ମୃତ ଯୁବକ ଙ୍କ ମା ଓ ଭାଇ ଅନ୍ୟ ଗାଁକୁ ଯାଇଥିଲେ।ଘରେ କେହି ନ ଥିବା ସୁଯୋଗ ପାଇଁ ଗତକଲି ରାତିରେ ଗାଁ ପାଖରେ ଥିବା ମକାବାଡ଼ରେ ଯାଇ ବେକରେ ଶାଢ଼ୀ ଦେଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଆଜି ଭର ସକାଳରେ ମକାବାଡ଼ର ମାଲିକ ସୁବ୍ରତ ଗଣ୍ଡ ମକାବାଡ଼ରେ ପାଣି ଦେବାକୁ ଯାଇ ଯୁବକଙ୍କ ଝୁଲନ୍ତା ମୃତ ଶବ ଦେଖି ଗ୍ରାମବାସୀ ଓ ପୋଲିସ କୁ ଜଣାଇଥିଲେ।ଘଟଣା ସ୍ଥଳରେ ରାଇଘର ଥାନା ପୋଲିସ ଇ.ଝ.ଓ କୃଷ୍ଣ ଗୌଡ଼ ଘଟଣା ସ୍ଥଳରେ ପହଞ୍ଚି କେସ୍ ନମ୍ବର ୬/୨୦ ରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ଘଟଣା ର ଛାନ୍ ବିନ୍ କରି ତଦନ୍ତ ଚଲାଇଛନ୍ତି। ଯୁବକ ଜଣକ କଣ ପାଇଁ ଆତ୍ମହତ୍ୟା କରିଥାଇ ପାରନ୍ତି ଗ୍ରାମବାସୀ ସନ୍ଦେହ କରୁଛନ୍ତି। ମୃତ୍ୟୁ ର ପ୍ରକୃତ କାରଣ ଏବେ ପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି।