ମଙ୍ଗଳପୁର ସ୍ୱାମୀ ବିବେକାନନ୍ଦ ଶିକ୍ଷାକେନ୍ଦ୍ରରେ ନନ୍ଦ ଉତ୍ସବ ପାଳିତ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ବେଲଗୁଣ୍ଠା ବ୍ଲକ ଅଧିନ ମଙ୍ଗଳପୁର ଗ୍ରାମରେ ଅବସ୍ତିତ ସ୍ୱାମୀ ବିବେକାନନ୍ଦ ଶିକ୍ଷା କେନ୍ଦ୍ରରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ନନ୍ଦ ଉତ୍ସଵ ପାଳନ କରାଯାଇଛି ।ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସରପଞ୍ଚ ପ୍ରତିନିଧି ଜ୍ୟୋତିରଞ୍ଜନ ନାୟକ ଯୋଗଦେଇଥିବାବେଳେ ଜିଲିବା ସେବାସମବୟ ସମିତି ଅଧ୍ୟକ୍ଷ ପିତାମ୍ବର ଆପଟ ମୁଖ୍ୟ ବକ୍ତା ଓ ସମାନିତ ଅତିଥି ଭାବେ ଶ୍ରୀକୃଷ୍ଣ ଖଟେଇ ଯୋଗଦେଇ ରାଧା, କୃଷ୍ଣ ବେଶରେ ସଜ୍ଜିତ ହୋଇଥିବା କୁନି କୁନି ଛାତ୍ର,ଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ। ଶିକ୍ଷା କେନ୍ଦ୍ର ସମ୍ପାଦକ ମାଧବ ଚନ୍ଦ୍ର ଆପଟ ଅତିଥି ଙ୍କ ପରିଚୟ ପ୍ରଦାନ କରିଥିଲେ।ଓ ରାଜଲଷ୍ମୀ, ଜସ୍ଵୀନ, ସୁନିତା,ସୁଲୋଚନା,ଗୁରୁମାସହଯୋଗ କରିଥିବା ବେଳେ ବିଜୟଲଷ୍ମୀ ଗୁରୁମା ଅତିଥି ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ