ମଙ୍ଗଳବାର ବଡି ଭୋରରୁ ମା ଫେରିବେ ମୁଖ୍ୟ ମନ୍ଦିରକୁ

ବ୍ରହ୍ମପୁର (ଶ୍ରାବଣୀ ନାୟକ) : ପ୍ରସିଦ୍ଧ ବ୍ରହ୍ମପୁର ମା ବୁଢୀ ସାଆନ୍ତାଣୀ ଠାକୁରାଣୀ ଯାତ୍ରା ଚଳିତ ବର୍ଷ ମାର୍ଚ୍ଚ ୨୯ ରୁ ଆରମ୍ଭ ହୋଇଥିବାବେଳେ ଏପ୍ରିଲ ୨୯ ମଙ୍ଗଳବାର ବଢି ଭୋରରେ ଶେଷ ହେବକୁ ଯାଉଛି । ଦୀର୍ଘ ୩୨ ଦିନ ଧରି ବ୍ରହ୍ମପୁର ସହରରେ ଚାଲିଥିବା ଏହି ଠାକୁରାଣୀ ଯାତ୍ରାରେ ଓଡିଶା ସମେତ ଆନ୍ଧ୍ରା, ତେଲେଙ୍ଗାନା ଓ ଛତିଶଗଡ ସମେତ ଦେଶ ବିଦେଶରେ ରହିଥିବା ଜନସାଧାରଣଙ୍କ ବ୍ରହ୍ମପୁରରେ ଆଗମନ ହୋଇଥିଲସା । ପ୍ରତି ୧ ବର୍ଷ ବ୍ୟବଧାନରେ ଅନୁଷ୍ଠିତ ହେଉଥିବା ଏହି ଠାକୁରାଣୀ ଯାତ୍ରାକୁ ସାଧାରଣତଃ ସମସ୍ତେ ଚାହିଁ ରହିଥାନ୍ତି । ପରମ୍ପରା ଅନୁଯାଇ ବାହା ହୋଇଥିବା ଝିଅ ମାନେ ନିଜ ବାପ ଘରକୁ ଆସିବା ସହ ମାଙ୍କୁ ପୁଜା କରି କୃପାଲାଭ କରିବା ସହ ଯାତ୍ରାର ଭରପୁର ମଜା ଉଠାଇଥାନ୍ତି । ଯାତ୍ରା ଅବସରରେ ବିଭିନ୍ନ ମାନସିକ ଧାରୀ ବିଭିନ୍ନ ପ୍ରକାରର ବେଶ ଧାରଣ କରିବହା ସହ ମୁଣ୍ଡନ ଓ ବହୁ ସ୍ରକାର ପୁଜା କରି ମାନସିକ ପୁରଣ କରିଥାନ୍ତି । ଏହ ି ଅବସରରେ ଆବାଳ ବୃଦ୍ଧା ବନିତା ବିଭିନ୍ନ ଠାକୁର , ବନ୍ୟପ୍ରାଣୀ ଜନ୍ତୁ, ,ରାକ୍ଷାସଙ୍କ ସମେତ ବିଭିନ୍ନ କୌତୁକ ବେଶ ମଧ୍ୟ ଧାରଣ କରିଥାନ୍ତି । ଯାତ୍ରା ଆରମ୍ଭ ଠାରୁ ଏହାର ଅନ୍ୟତମ ମୁଖ୍ୟ ଆକର୍ଷଣ ଭାବେ ପରିଚିତ ମାଙ୍କ ଦୈନିକ ଘଟ ପରିକ୍ରମା ଶ୍ରଦ୍ଧାଳୁ ମାନଙ୍କୁ ଆଧ୍ୟାତ୍ମିକତାରେ ବାନ୍ଧି ରଖୁଥୁବାବେଳେ ମହିଳା ମାନେ ଘଟ ପରିକ୍ରମା ଅବସରରେ ମାଙ୍କୁ ପୁଜାର୍ଚ୍ଚନା ସହ ହଳଦୀ ପାଣିରେ ପାଦ ପ୍ରକ୍ଷଳନ କରିବା ଏକ ଅନ୍ୟତମ ପରମ୍ପରା ରହିଥିବାବେଳେ ଏହାକୁ ସୌଭାଗ୍ୟ ବୋଲି ଭାବିଥାନ୍ତି ମହିଳାମାନେ । ଦେଶବେହେରା ସାହି ସ୍ଥିତ ଅସ୍ଥାୟୀ ମଣ୍ଡପରୁ ଦେଶ ବେହେରାଙ୍କ ପରିବାର ଦେଶବେହେରାଙ୍କ ପତ୍ନୀ ପି.ଦେବକୀ ପ୍ରତ୍ୟହ ଦିନ ମାଙ୍କ ମୁଖ୍ୟ ଘଟକୁ ଧାରଣ କରିି ନଗର ତଥା ବିଭିନ୍ନ ସାହି ପରିକ୍ରମା କରୁଥିବାବେଳେ ପରିବାରର ଅନ୍ୟ ସଦସ୍ୟମାନେ୍ ପାର୍ଶ ଘଟ ଗୁଡିକ ଧାରଣ କରିଥାନ୍ତି । ଆବଶ୍ୟକ ସ୍ଥଳେ ମାଙ୍କ ମୁଖ୍ୟ ଘଟକୁ ଦେଶୀବେହେରାଙ୍କ ଭଉଣୀ ଇନ୍ଦରା ଧାରଣ କରିଥାନ୍ତି । ପରମ୍ପରାନୁଯାଇ , ଅସ୍ଥାୟୀ ମଣ୍ଡପରୁ ଘଟ ବାହାରିବା ପରେ ମହୁରୀ ରାଜାଙ୍କ ଉଆସକୁ ପ୍ରଥମେ ଯାଇଥାଏ । ସେଠାରେ ମହୁରୀ ରାଜା ଅଶୋକ କୁମାର ନରେନ୍ଦ୍ର ଦେବ ପ୍ର୍ଥମେ ମାଙ୍କୁ ପୁଜାର୍ଚ୍ଚନା ଓ ନୈବେଦ୍ୟ ପ୍ରଦାନ ପରେ ଆଳତୀ କରିଥାନ୍ତି ।ସେଠାରୁ ମାଙ୍କ ଘଟ ନଗର ପରିକ୍ରମା ଆରମ୍ଭ ହୋଇଥାଏ । ବିଭିନ୍ନ ସାହି ପରିକ୍ରମା ବେଳେ ସାହି ଗୁଡିକରେ ହେବାକୁ ଥିବା ବିଭି୍ନ୍ନ କଳାକୁଞ୍ଜ ଓ ରଥ ଗୁଡିକୁ ପ୍ରଥମେ ନିମନ୍ତ୍ରଣ କରାଯାଇଥାଏ । ପରବର୍ତ୍ତ୍ୀ ଅବସ୍ଥାରେ ରଥ ଓ କଳାକୁଞ୍ଜ ଗୁଡିକତର ନିର୍ମାଣ ସଂପୁର୍ଣ୍ଣ ପରେ ମାଙ୍କ ପୁନଃ ନଗର ପରିକ୍ରମା ବେଳେ ସେଗୁଡିକୁ ଉଦଘାଟନ କରିଥାନ୍ତି । ଘଟ ପରିକ୍ରମା ବେଳେ ଅନ୍ୟତମ ଏକ ମୁଖ୍ୟ ପରମ୍ପରା ଭାବେ ପରିଚିତ ଜଉରା ସାହି ସ୍ଥିତ ମାଙ୍କ ମାଉସୀଙ୍କ ଘରେ କାକରା ପିଠା ଭୋଗ ପାଇଥାନ୍ତି । ସାଧାରଣତଃ ଘଟ ପରିକ୍ରମା ନିୟମିତ ପ୍ରତ୍ୟେକ ଦିନ ହେଉଥିବାବେଳେ ସଂକ୍ରାନ୍ତି ସମେତ ଅନ୍ୟ ବିଶେଷ ଦିନ ମାନଙ୍କରେ ଘଟ କେବଳ ରାଜବାଟି ଯାଇ ସେଠାରୁ ପୁନଃ ଅସ୍ଥାୟୀ ମଣ୍ଡପକୁ ଫେରିଆସିଥାଏ । ସେହିପରି ଯତ୍ରା ଅନ୍ତିମ ଦୁଇ ଦିନ ମଧ୍ୟ ଘଟ ପରିକ୍ରମା ବିଭିନ୍ନ ସାହିରେ ନହୋଇ କେବଳ ରାଜବାଟି ଯାଇ ଅସ୍ଥାୟୀ ମଣ୍ଡପକୁ ଫେରିଥାଏ । ଦୈନିକ ଘଟ ପରିକ୍ରମାର ନିଜ ସାହି ବାସିନ୍ଦା ଓ ଯାତ୍ରା ପରିଚାଳକ ଦେଶୀବେହେରାଙ୍କ ଦ୍ୱାରା ସ୍ଥୀରୀକୃତ ହୋଇଥାଏ । ଯାତ୍ରା ଅବଧି ସମୟରେ ସହର ଏକ ପ୍ରକାର ଉତ୍ସବ ମୁଖର ହୋଇପଡିଥିବା ବେଳେ ବିଭିନ୍ନ ସାହିରେ ପ୍ରତିଯୋଗିତା ମୁଳକ ଭାବେ ଆଲୋକସଜ୍ଜା , ତୋରଣ ନିର୍ମାଣ ସମେତ ବିଭିନ୍ନ ଆକର୍ଷଣୀୟ ବ୍ୟବସ୍ଥା କରାଯାଇଥାଏ । ଏଥି ସହ ବିଭିନ୍ନ ଅନୁଷ୍ଠାନ , ସଂଗଠନ ଓ ଦାତବ୍ୟ ବ୍ୟକ୍ତି ମାନଙ୍କ ଦ୍ୱାରା ବିଭିନ୍ନ ସ୍ଥାନରେ ବିଭିନ୍ନ କିଶମର ସୁସ୍ୱାଦ ଖାଦ୍ୟ ଓ ପାନୀୟ ଶ୍ରଦ୍ଧାଳୁ ମାନଙ୍କୁ ପରିବେଶଣ କରାଯାଇଥାଏ । ଯାତ୍ରାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ବିଭିନ୍ ସ୍ଥାନରେ ମୀନା ବଜାର ଓ ରାମ ଦୋଳୀ ସମେତ ବିଭିନ୍ନ ଦୋଳୀ ଜନସାଧାରଣଙ୍କ ନିମନ୍ତେ ଖୋଲାଯାଇଥାଏ । ଏଠାରେ ଭିଡ ଜମିଥାଏ । ଯାତ୍ରା ସୁଚାରୁରୁପେ ପରିଚାଳନା ନିମନ୍ତେ ଜିଲ୍ଲା ପ୍ରଶାସନ , ପୋଲିସ ପ୍ରଶାସନ ସମେତ ବିଭିନ୍ନ ସ୍ୱୋଚ୍ଛାସେବୀ ଅନୁଷ୍ଠାନ ଦ୍ୱାରା ସେବା ଓ ସୁରକ୍ଷା ମୁଳକ ବିଭିନ୍ନ ପଦକ୍ଷେପ ମାନ ନିଆଯାଇଥାଏ । ଅନ୍ତିମ ଦିବସ ତଥା ଯାତ୍ରାର ଶେଷ ଦିବସରେ ମାଙ୍କ ଅସ୍ଥାୟୀ ମଣ୍ଡପରେ ସ୍ୱତନ୍ତ୍ର ପୁଜା ବିଧି ନୀତି ନିୟମାନୁଯୟୀ କରାଯଆଇଥାଏ । ଅସ୍ଥାୟୀ ମଣ୍ଡପ ନିକଟସ୍ଥ ଦେଶୀ ବେହେରାଙ୍କ ବାସଭବନଠାରେ ସ୍ୱତନ୍ତ୍ର ଭାବେ ନିର୍ମିତ ଚାଙ୍ଗୁଡିରେ ଅଖଣ୍ଡ ଦୀପ ଧାରଣ ସହ ସ୍ୱତନ୍ତ୍ର ପୁଜାର୍ଚ୍ଚନା ପୁର୍ବାହ୍ନରୁ କରାଯାଇ ମାଙ୍କ ମୁଖ୍ୟ ମନ୍ଦିରକୁ ପୁନର୍ବାର ଫେରିବାପାଇଁ ଆଜ୍ଞାମାଳ ଧାରଣ କରାଯାଇ ଅପେକ୍ଷା କରାଯାଇଥାଏ । ସୋମବାର ରାତ୍ର ପ୍ରାୟ ୧୧ଟାବେଳେ ଅସ୍ଥାୟୀ ମଣ୍ଡପଠାରୁ ମାଙ୍କ ଘର ବାହୁଡା ଘଟ ଯାତ୍ରା ଆରମ୍ଭ ହେବା ପରେ ପ୍ରଥମେ ରାଜବାଟି ଯାଇ ସେଠାରୁ ମା ରାଜା ଅଶୋକ କୁମାର ନରେନ୍ଦ୍ର ଦେବଙ୍କ ଠାରୁ ପୁଜା ପାଇବା ପରେ ନଗର ପରିକ୍ରମାରେ ବାହାରି ଶା୍ତାମାଣି ସାହି, ବଡ ବଜାର. ଉାର୍ଥାପେଟା ସାହି, କେଉଟ ସାହି , ଭେଙ୍କେଟଶ୍ୱର ମନ୍ଦିର ରୋଡ , ଜେନାସାହି , ବ୍ଚୁବାରି ସାହ. କେଦାରଶ୍ୱର ଟେମ୍ପୁଲ ରୋଡ, ଚନ୍ଦ୍ରମା ସାହି, ଖସ୍ପା ସାହି, ପରେ ଜଉରା ସାହି ଯାଇ ମାଙ୍କ ମାଉସୀ ଘରେ ପୁଜା ପାଇବା ପରେ ଖରୁଡା ସାହି ହୋଇ ମୁଖ୍ୟ ମନ୍ଦିରକୁ ୫ଘଣ୍ାର ଉର୍ଦ୍ଦ ସମୟର ନଗର ପରିକ୍ରମା କରି ପ୍ରବେଶ କରିଥାନ୍ତି । ଏହି ସମୟରେ ଶ୍ରଦ୍ଧାଳୁମାନେ ସୋମବାର ଦିନ ତମାମ ଉପବାସ ରହି ଘରେ ମାଙ୍କ ଆଖି ସଦୃଶ ମାଟି କଳସ ଓ ପିତଳ ଲୋଟା ରେ କଳସ ସ୍ଥାପନା କରି ପୁଜାର୍ଚ୍ଚନା କରିଥାନ୍ତି । ମାଙ୍କ ଘଟ ପରିକ୍ରମା ବେଳେ ମାଙ୍କ ସହ ଉପବାସ କରିଥିବା ଶ୍ରଦ୍ଧାଳୁମାନେ ଘଟ ଧାରଣ କରି ଘଟ ପରିକ୍ରମାରେ ସାମିଲ ହୋଇଥାନ୍ତି । ଅନ୍ତିମ ଦିବସରେ ମାଙ୍କ ନିଜସ୍ୱ ମନ୍ଦିର ଫେରିବାବେଳେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିବା ବେଳେ ଏହାକୁ ତାଳ ଦେଇ ହଜାର ହଜାର ସଂଖ୍ୟକ ଭକ୍ତ ଘଟ ଧାରଣ କରି ମନ୍ଦିର ଅଭିମୁଖେ ଯାତ୍ରା କରିଥାନ୍ତି । ମନ୍ଦିର ମଧ୍ୟରେ ପ୍ରବେଶ କରି ଘଟ ବିଶର୍ଜନ କରିଥାନ୍ତି ।ମାଙ୍କ ଘର ବାହୁଡା ସମୟରେ ପାରମ୍ପରିକ ମାଙ୍କ ସେନା ସମେତ ଜନ ସାଧାରଣମାନେ ବିଭିନ୍ନ ବାଜାବାଜଣା ଓ ବେଶ ଧାରଣ କରି ଅବିର ଖେଳି ମାଙ୍କ ସହିତ ଯାଇଥାନ୍ତି । ୍ ଏହାପରେ ଏଠାରେ ଶେଷ ହୋଇଥାଏ ମାଙ୍କ ଦ୍ୱିବାର୍ଷିକ ଠାକୁରାଣୀ ଯାତ୍ରା । ପୁନର୍ବାର ଶ୍ରଦ୍ଧାଳୁଙ୍କୁ ଅପେକ୍ଷା କରିୁବାକୁ ପଡିଥାଏ ଦୁଇ ବର୍ଷ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ