ମଙ୍ଗଳା ମନ୍ଦିରକୁ ମୋବାଇଲ ମନା

ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା କାକଟପୁର ର ମଙ୍ଗଳା ମନ୍ଦିର କୁ ଦୀର୍ଘଦିନ ହେଲା ମୋବାଇଲ ପ୍ରବେଶକୁ ମନା ହୋଇଥିବାବେଳେ କେତେକ ଅଣସେବାୟତ ନିଜକୁ ମା ଙ୍କ ସେବାୟତ ପରିଚୟ ଦେଇ ମା ମଙ୍ଗଳା ମନ୍ଦିର ଗର୍ଭଗୃହର ଫଟୋ ସୋସିଆଲ ମିଡ଼ିଆରେ ଅପଲୋଡ଼ କରିବା ଯୋଗୁଁ ବିଭିନ୍ନ ସମସ୍ୟା ଉପୁଜିବା ସାଙ୍ଗକୁ ମା ଙ୍କ ଗୁପ୍ତ ସେବାର ତଥ୍ୟ ଭାଇରାଲ ହେବାରେ ଲାଗିଛି ।ଏଥିଯୋଗୁଁ ନାନା ବାଦ ବିବାଦ, ବିଶୃଙ୍ଖଳାର ଅଭିଯୋଗ ମନ୍ଦିର ପ୍ରଶାସନ ପାଖରେ ପହଞ୍ଚିଥିଲା ।ଏହାକୁନେଇ ରବିବାର ମନ୍ଦିର ଟ୍ରଷ୍ଟ ଅଫିସରେ ଏକ ଗୁରୁତ୍ୱପୂର୍ଣ ବୈଠକ ଅନୁଷ୍ଠିତ ହୋଇଥିଲା ।ଉକ୍ତ ବୈଠକରେ ମନ୍ଦିର ଟ୍ରଷ୍ଟି ତଥା ତହସିଲଦାର ବିରଞ୍ଚିନାରାୟଣ ବେହେରା, ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ କୈଳାଶ ଚନ୍ଦ୍ର ଦାଶ, ବାଙ୍ଗୁରୀଗାଁ ସ୍ଵାସ୍ଥ୍ୟକେନ୍ଦ୍ର ର ମୁଖ୍ୟ ଚିକିତ୍ସାଧିକାରୀ ଆଶିଷ କୁମାର ମହାପାତ୍ର, କାକଟପୁର ଥାନା ଆଇଆଇସି ପ୍ରିୟରଞ୍ଜନ ନାୟକ, ସେବକ ସମିତି ସଭାପତି ମନୋରଞ୍ଜନ ପଣ୍ଡା, ଉପସଭାପତି କମଳ ଲୋଚନ ଦୀକ୍ଷିତ, ସମ୍ପାଦକ ପବିତ୍ର ମୋହନ ଦୀକ୍ଷିତ, ତୁଷାର ରଞ୍ଜନ ଦୀକ୍ଷିତ, ପ୍ରଦୀପ୍ତ କୁମାର ଦୀକ୍ଷିତ, ପ୍ରଦୀପ କୁମାର ପଣ୍ଡା, ପବିତ୍ର କୁମାର ଦୀକ୍ଷିତ, ମାନସ କୁମାର ଦୀକ୍ଷିତ, ହିମାଂଶୁ ଭୂଷଣ ଦୀକ୍ଷିତ, ମନ୍ଦିର ନୀତି ଆୟୋଗ ରବୀନ୍ଦ୍ର ଜେନା, ପ୍ରଭାତ ସିଂ, ପୂଜାପଣ୍ଡା ସେବକ ପ୍ରକାଶ ଚନ୍ଦ୍ର ପଣ୍ଡା, ରଘୁନାଥ ଦୀକ୍ଷିତ ପ୍ରମୁଖ ଯୋଗଦେଇ ମନ୍ଦିର ବେଢାରେ ଥିବା ଦଧିବାମନଙ୍କ ସ୍ନାନ ଯାତ୍ରା କିପରି ଶାନ୍ତି ଶୃଙ୍ଖଳା ର ସହିତ ଶେଷ ହେବ ସେ ସମ୍ପର୍କ ରେ ବିଶେଷ ଭାବେ ଆଲୋଚନା କରିଥିଲେ। ମନ୍ଦିର ମଧ୍ୟକୁ ସେବାୟତ, ଭକ୍ତ କିମ୍ବା ଅଣସେବାୟତ ମାନେ ମୋବାଇଲ ନନେବା ପାଇଁ ନିଷ୍ପତି ନିଆଯାଇଥିଲା ।ଯଦି ଏହାକୁ ଅବମାନନା କରାଯାଏ ତାହେଲେ ମନ୍ଦିର ପ୍ରଶାସନ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବବୋଲି କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଦାଶ ପ୍ରକାଶ କରିଛନ୍ତି । ଏହି ନିଷ୍ପତ୍ତି କୁ ସମସ୍ତେ ସ୍ବାଗତ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ